ବନ୍ୟ ସୁରକ୍ଷା ସମିତିର ବୈଠକ

0

ବଡ଼ସାହି : ସ୍ଥାନୀୟ ବନପାଳଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁବାର ବଡ଼ସାହି ବ୍ଲକର ସମସ୍ତ ବନ୍ୟ ସୁରକ୍ଷା ସମିତିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସମସ୍ତ କମିଟି ମଧ୍ୟରେ ସମନ୍ୱୟ ଓ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ସର୍ବ ସମ୍ମତି କ୍ରମେ ଜଙ୍ଗଲ ସୁରକ୍ଷା ମଞ୍ଚ ଗଠିତ ହୋଇଛି। ଏଥିରେ କର୍ମକର୍ତ୍ତା ଚୟନ ସାଙ୍ଗକୁ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି। ମଞ୍ଚର ସଭାପତି ଭାବେ ପ୍ରଭାତ କୁମାର ଜେନା ମନୋନୀତ ହୋଇଥିବା ବେଳେ ଉପସଭାପତି ଭାବେ ଉଗ୍ରସେନ ମହାନ୍ତ, ସମ୍ପାଦକ ଭାବେ ସୁରଥ ଦାସ, ସହସମ୍ପାଦକ ଭାବେ ନରୋତ୍ତମ ବେହେରା ଓ କୋଷାଧ୍ୟକ୍ଷ ଭାବେ ମଙ୍ଗଳପୁର କମିଟିର ସଭାପତି ଶରତ ପଟ୍ଟନାୟକ ମନୋନୀତ ହୋଇଛନ୍ତି। ସୁରକ୍ଷା ମଞ୍ଚ ଆଗାମୀ ଦିନରେ ଜଙ୍ଗଲ ସୁରକ୍ଷା ପାଇଁ ବନବିଭାଗକୁ ସହଯୋଗ କରିବ। ତତ୍ସହିତ ଜଙ୍ଗଲ ଧ୍ୱଂସ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ସଂଗ୍ରାମ ଜାରି ରଖି ପରିବେଶ ସୁରକ୍ଷା ପାଇଁ ବିଭିନ୍ନ ସ୍ଥାନରେ ସଚେତନତା ଶିବିର ଆୟୋଜନ କରିବ ବୋଲି ଜଣାପଡ଼ିଛି।

Leave A Reply