ମୋବାଇଲ ଦୋକାନରୁ ଚୋରି

0

ବଡ଼ସାହି : ଭୀମିଦା ପଞ୍ଚାୟତ, ନୂଆହାଟ ବଜାରରେ ଥିବା ରବି ସିଂଙ୍କ ମୋବାଇଲ ଦୋକାନରୁ ମଙ୍ଗଳବାର ରାତିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଚୋରମାନେ କବାଟ ତାଲା ଭାଙ୍ଗି ଦୋକାନରେ ପଶି ଏକ ଲ୍ୟାପଟପ୍‍, ନୂଆ ପୁରୁଣା ମୋବାଇଲ ହେଣ୍ଡ ସେଟ୍‍ ଓ ଅନ୍ୟାନ୍ୟ ଉପକରଣ ଚୋରାଇ ନେଇଛନ୍ତି। ପୁଲିସ୍‍ ଘଟଣାସ୍ଥଳ ପରିଦର୍ଶନ କରିବାସହ ଏନେଇ ତଦନ୍ତ ଜାରି ରଖିଛି। ଭୀମଦା ପୁଲିସ୍‍ ବିଟ ହାଉସ ଅଧିକାରୀଙ୍କ ପଦବୀ ଖାଲି ଥିବାରୁ ସୀମାନ୍ତ ଅଞ୍ଚଳର ଚୋରମାନେ ସକ୍ରିୟ ହୋଇଛନ୍ତି ତେଣୁ ତୁରନ୍ତ ପଦବୀ ପୂରଣ ସାଙ୍ଗକୁ ରାତିରେ ପେଟ୍ରୋଲିଂ କରିବାପାଇଁ ପୂର୍ବତନ ସରପଞ୍ଚ ମଙ୍ଗଲ ସିଂ ଦାବି କରିଛନ୍ତି।

Leave A Reply