ସାପକାମୁଡାରେ ମହିଳା ମୃତ

ବଡ଼ସାହି : ମୟୁରଭଞ୍ଜ ଜିଲା ବଡ଼ସାହି ବ୍ଲକ ଗଜଡି ଗ୍ରାମରେ ବୁଧବାର ସାପ କାମୁଡାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତା ଜଣଙ୍କ ହେଲେ କାରିଆ ହାଁସଦାଙ୍କ ପତ୍ନୀ ଯମୁନା ।

ସୂଚନା ଅନୁଯାୟୀ, ଗତରାତିରେ ଅମ୍ପନ ପାଇଁ ବର୍ଷା ପବନ ଆରମ୍ଭ ହେବାର କିଛି ସମୟ ପରେ ନିଜ ଘରେ  କାରିଆ ଓ ତାଙ୍କ ପତ୍ନୀ ଯମୁନା ଶୋଇ ଥିବାବେଳେ ଚିତି ସାପ କାମୁଡି ଥିଲା । ପରିବାର ଲୋକେ ଜାଣିବାପେର ବଡ଼ସାହି ଡାକ୍ତରଖାନାକୁ ଆଣିଥିଲେ। ହେଲେ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଯମୁନାଙ୍କର ମୃତ୍ୟୁ ଘଟିଛ। ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବବ୍ୟବଚ୍ଛେଦ ପାଇଁ ପଠାଇଛି।

Comments are closed.