ବୁଢ଼ାବଳଙ୍ଗ ନଦୀରେ ମାଛ ଧରୁଥିବା ବେଳେ ଜଣେ ନିଖୋଜ

ବଡ଼ସାହି :  ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧୀନ ଚନ୍ଦନପୁର ପଞ୍ଚାୟତର ମହୁପୁରା ନିକଟସ୍ଥ ବୁଢ଼ାବଳଙ୍ଗ ନଦୀରେ ମାଛ ଧରୁଥିବା ବେଳେ ଜଣେ ନିଖୋଜ ହୋଇଯାଇଥିବା ସୂଚନା ମିଳିଛି । ନିଖୋଜ ହୋଇଥିବା ବ୍ୟକ୍ତି ଜଣଙ୍କ ରଥ ମହାନ୍ତଙ୍କ ପୁଅ ରମାକାନ୍ତ(୩୨) ବୋଲି ଜଣାପଡିଛି । ମାଛ ଧରୁଥିବା ବେଳେ ନିଖୋଜ ହୋଇଥିବା ଖବର ଜଣାପଡଇବା ପରେ ସ୍ଥାନୀୟ ଲୋକ ଦମକଳ ବାହିନୀକୁ ଖବର ଦେଇଥିଲେ । ଖବର ପାଇଁ ବଡ଼ସାହି ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଖୋଜାଖୋଜି କରୁଛନ୍ତି । ଖବର ଲେଖା ଯାଏଁ ନିଖୋଜ ରମାକାନ୍ତଙ୍କର କୌଣସି ପତ୍ତା ମିଳିନାହିଁ ।

Comments are closed.