ଜଳାର୍ଣ୍ଣବରେ ମା’ ଭଟ୍ଟାରିକା ମନ୍ଦିର

0

ବଡ଼ମ୍ୱା: କଟକ ଜିଲା ବଡ଼ମ୍ୱାରେ ଥିବା ମା’ ଭଟ୍ଟାରିକାଙ୍କ ମନ୍ଦିର ଦୁଇ ଦିନ ଧରି ଜଳାର୍ଣ୍ଣବରେ ରହିଛି। ଲଗାଣ ବର୍ଷା ଫଳରେ ମନ୍ଦିର ଭିତରେ ୪ ଫୁଟ ଉଚ୍ଚର ବନ୍ୟା ଜଳ ପ୍ରଭାବିତ ହେଉଛି। ମନ୍ଦିରରେ ମା’ଙ୍କ ଦର୍ଶନ ବନ୍ଦ ରହିଥିବା ବେଳେ ଦେବୋତ୍ତର ବିଭାଗ ଓ ମନ୍ଦିର ପୂଜକମାନଙ୍କ ଦ୍ୱାରା ନିକଟସ୍ଥ ପାହାଡ ଉପରକୁ ମା’ଙ୍କ ଚଳନ୍ତି ପ୍ରତିମାଙ୍କୁ ସ୍ଥାନାନ୍ତରିତ କରାଯାଛଛି। ସେଠାରେ ରୀତିନୀତି ଅନୁସାରେ ମାଙ୍କ ପୂଜାର୍ଚ୍ଚନା ଚାଲିଥିବା ପୂଜକମାନେ କହିଛନ୍ତି। ପ୍ରତିବର୍ଷ ମନ୍ଦିର ପରିସରେ ବନ୍ୟା ଜଳ ପ୍ରବେଶ କରୁଥିଲେ ମଧ୍ୟ ଏନେଇ ପ୍ରଶାସନ ପକ୍ଷରୁ କୌଣସି ସ୍ଥାୟୀ ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଏନେଇ ସ୍ଥାନୀୟ ଲୋକଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି।

 

Leave A Reply