ସାହରପଡା ବ୍ଲକରେ ଜିଲ୍ଲା ପ୍ରଶାସନର ଜନ ଶୁଣାଣି 

ପାଟଣା : କେନ୍ଦୁଝରରେ ମୁଖ୍ୟମନ୍ତ୍ରୀଙ୍କ ଗ୍ରସ୍ତକ୍ରମ କାରଣରୁ ସାହରପଡା ବ୍ଲକ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳ ଅନୁପସ୍ଥିତ ଥିଲେ। ତେବେ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ସାହରପଡା ବ୍ଲକରେ ଜିଲ୍ଲା ପ୍ରଶାସନର ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଥିଲା।
ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଘାସିରାମ ମୁର୍ମୁ , ସହକାରୀ ଜିଲ୍ଲାପାଳ ସୁଚିସ୍ମିତା ଦାଶ ,ସାହରପଡା ବିଡ଼ିଓ ବିଜୟ କୁମାର ନାଏକ ,ତହସିଲଦାର ବାବୁଲ ପେରେଇ ପ୍ରମୁଖ ଶିବିରକୁ ଆସିଥିବା ୪୮ଟି ଅଭିଯୋଗର ଶୁଣାଣି କରିବା ସହ ସମାଧାନ ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଶିବିରରେ ଜିଲ୍ଲା ଓ ବ୍ଲକର ବିଭିନ୍ନ ଲାଇନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ। ଜିପିଇଓ ଉମାକାନ୍ତ ନାଏକ ପ୍ରମୁଖ ଅଭିଯୋଗ ପଞ୍ଜିକରଣ କରିଥିଲେ। ବିଶେଷ କରି ଭତ୍ତା, ଆବାସ,ପଡି କାର୍ଡ ପାଇଁ ସର୍ବାଧିକ ଅଭିଯୋଗ ଆସିଥିଲା।

Comments are closed.