MEllora 950×100

ପ୍ରାଥମିକ ଶିକ୍ଷକଙ୍କୁ ପଦୋନ୍ନତି ପତ୍ର ପ୍ରଦାନ

ବଡ଼ମ୍ବା : ବଡ଼ମ୍ବା ଶିକ୍ଷାମଣ୍ଡଳରେ କାର୍ଯ୍ୟରତ ୩୦ଜଣ ପ୍ରାଥମିକ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ପଦୋନ୍ନତି ମିଳିଛି । ବୁଧବାର ଏହି ଉପଲକ୍ଷେ ସ୍ଥାନୀୟ ବ୍ଲକ ସମ୍ମିଳନୀ କକ୍ଷରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଆନୁକୂଲ୍ୟରେ ଏକ ଔପଚାରିକ ସଭା ଅନୁଷ୍ଠିତ କରାଯାଇ ସଂପୃକ୍ତ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ସେମାନଙ୍କ ସ୍ବୀକୃତିପତ୍ର ପ୍ରଦାନ କରାଯାଇଛି। ଗୋଷ୍ଠୀ ଶିକ୍ଷାଧିକାରୀ ଲକ୍ଷ୍ମଣ କୁମାର ଲେଙ୍କାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବଡ଼ମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ସ୍ବୀକୃତିପତ୍ର ପଦୋନ୍ନତି ପାଇଥିବା ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ପ୍ରଦାନ କରିଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ବିଡିଓ ରମେଶ ଚନ୍ଦ୍ର ଜେନା,ବ୍ଲକ ଅଧ୍ୟକ୍ଷ ରଘୁପତି ମହାନ୍ତି, ଉପାଧ୍ୟକ୍ଷା ସ୍ୱର୍ଣ୍ଣଲତା ବେହେରା, ଜିଲାପରିଷଦ ସଦସ୍ୟ ରବିନ୍ଦ୍ର କୁମାର ସାହୁ, ଗୋଷ୍ଠି ସହଶିକ୍ଷାଧିକାରୀ ପ୍ରକାଶ ଚନ୍ଦ୍ର ମତ୍ତଗଜସିଂହ, ବିବେକାନନ୍ଦ ସାହୁ, ନିର୍ମଳା ବେହେରା ପ୍ରମୁଖ ଯୋଗଦେଇଥିଲେ। ସଭାରେ ଉପସ୍ଥିତ ମିଳିତ ଶିକ୍ଷକ ମହାସଂଘର କର୍ମକର୍ତ୍ତା ତଥା ଅତିଥିବୃନ୍ଦ ଏହି ସମସ୍ତ ପଦୋନ୍ନତି ପାଇଥିବା ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ଏହି ଅବସରରେ ଶୁଭେଛା ଓ ଅଭିନନ୍ଦନ ଜ୍ଞାପନ କରିଛନ୍ତି । ପଦୋନ୍ନତି ପାଇଥିବା ଶିକ୍ଷକ-ଶିକ୍ଷୟିତ୍ରୀମାନେ କେତକ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ତଥା ବରିଷ୍ଠ ବିଜ୍ଞାନ ଓ କଳା ଶିକ୍ଷକ ଭାବେ କାର୍ଯ୍ୟ ତୁଲାଇବେ ବୋଲି ଜଣାଯାଇଛି।

Comments are closed.