ବଡ଼ମ୍ବାରେ ତାଲୁକସ୍ତରୀୟ ରାଷ୍ଟ୍ରୀୟ ଲୋକଅଦାଲତ

ବଡ଼ମ୍ବା: ସ୍ଥାନୀୟ ଜୁଡିସିଆଲ କୋର୍ଟ ପରିସରରେ ଶନିବାର ୪ର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ତାଲୁକ ଆଇନସେବା କମିଟିର ଅଧ୍ୟକ୍ଷ ତଥା ମାଜିଷ୍ଟ୍ରେଟ ଶ୍ରୀକାନ୍ତ ପାଢୀଙ୍କ ପୌ÷ରୋହିତ୍ୟରେ ଅନୁଷ୍ଠିତ ଏହି ସ୍ୱତନ୍ତ୍ର ଅଦାଲତରେ ୪୨ଟି ମାମଲାର ତତ୍କାଳ ବିଚାର କରାଯାଇଥିଲା। ଅନୁଷ୍ଠିତ କାର୍ଯ୍ୟକ୍ରମରେ ବଡ଼ମ୍ବା ଓକିଲସଂଘର ସଭାପତି ଆଇନଜୀବୀ ସନ୍ତୋଷ କୁମାର ବେହେରା, ସମ୍ପାଦକ ପ୍ରମୋଦ କୁମାର ପୁହାଣ, ବରିଷ୍ଠ ଆଇନଜୀବୀ ସନ୍ତୋଷ କୁମାର ପଟ୍ଟନାୟକ, କୃଷ୍ଣାନନ୍ଦ ମିଶ୍ର, ନାରାୟଣ ଦାଶ, ସରୋଜ କୁମାର ବେଉରା, ବିଷ୍ଣୁଚରଣ ସାହୁ, ସରକାରୀ ଓକିଲ ପ୍ରଶନ୍ନ କୁମାର ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ। ବିଚାରାଳୟ କର୍ମଚାରୀ ଅଜିତ ଖଣ୍ଡେଇ, ବିପଦଭଞ୍ଜନ ମହାପାତ୍ର, ତାଲୁକ ଆଇନସେବା କିମିଟି କର୍ମକର୍ତ୍ତା ଶଙ୍କରନାରାୟଣ ସାହୁ, ରଣଜିତ ମାଝି, ବିନୟ କୁମାର ପତି ପ୍ରମୁଖ ଅଂଶଗ୍ରହଣ ପୂର୍ବକ ଲୋକ ଅଦାଲତ ପରିଚାଳନାରେ ସହଯୋଗ କରିଥିଲେ।

Comments are closed.