ଜାତୀୟ ଯୋଗ୍ୟତା ପରୀକ୍ଷା: ବଡ଼ମ୍ବା କେନ୍ଦ୍ରରେ ପରୀକ୍ଷା ଦେଲେ ୪୮୦ଜଣ ଆଶାୟୀ 

ବଡ଼ମ୍ବା : ସର୍ବଭାରତୀୟ ସ୍ତରରେ ଅନୁଷ୍ଠିତ ଜାତୀୟ ଯୋଗ୍ୟତା ପରୀକ୍ଷା(ଏନଇଇଟି) ଶାନ୍ତିପୂର୍ଣ୍ଣ ଭାବେ ବଡ଼ମ୍ବା କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି। ଲଘୁଚାପ ଜନିତ ପ୍ରବଳବର୍ଷା ଏବଂ ପ୍ରତିକୂଳ ପାଗ ସତ୍ୱେ ରବିବାର ବଡ଼ମ୍ବା ମୋହନ ସୁବୁଦ୍ଧି କଲେଜରେ ଅନୁଷ୍ଠିତ ଏହି ଏକଦିବସୀୟ ପ୍ରବେଶିକା ପରୀକ୍ଷାରେ ଜିଲା ତଥା ଜିଲା ବାହାରର ସମୁଦାୟ ୪୮୦ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ଜଣାପଡ଼ିଛି।  କୋଭିଡ ନିୟମ ପାଳନପୂର୍ବକ ଅପରାହ୍ନ ୨ଟା ଠାରୁ ୫ଟା ପର୍ଯ୍ୟନ୍ତ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ମୁଖ୍ୟତଃ ଏମବିବିଏସ, ବିଡିଏସ, ଆୟୁଷ ଡାକ୍ତରୀ ସମେତ ପ୍ରାଣୀଚକିତ୍ସା(ଭେଟେରିନାରି) ପାଠପଢିବା ନିମିତ ମେଧାବୀ ଛାତ୍ରଛାତ୍ରୀ ସର୍ବଭାରତ ସ୍ତରରେ ଯୋଗ୍ୟତା ଅର୍ଜନପାଇଁ ଏହି ପରୀକ୍ଷା ଦେଇଥିଲେ। ତେବେ ଚଳିତବର୍ଷ ପ୍ରଥମକରି ବିଏସସି ନର୍ସିଂ ଏବଂ ଲାଇଫ ସାଇନ୍ସ ପଢିବା ନିମିତ ଯୋଗ୍ୟତା ଅର୍ଜନ ସକାଶେ ଛାତଛାତ୍ରୀଙ୍କୁ ଏହି ପରୀକ୍ଷାରେ ସୁଯୋଗ ଦିଆଯାଇଥିବା ଜଣାଯାଇଛି।

Comments are closed.