ବିପୁଳ ପରିମାଣର ଗଞ୍ଜେଇ ଜବତ, ୩ ଗିରଫ

ବଡ଼ମ୍ବା: କଟକ ଜିଲା ବଡ଼ମ୍ବା ବ୍ଲକ ଅନ୍ତର୍ଗତ ଡମଣଗାଡ଼ିଆ ଗ୍ରାମରେ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଏବଂ ପୁଲିସ ମିଳିତଭାବେ ଚଢାଉକରି ଚୋରାରେ ଚାଲାଣ ହେବାକୁଥିବା ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛନ୍ତି। ଏହି ଘଟଣାରେ ସଂପୃକ୍ତଥିବା ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ତଦନ୍ତ ଜାରି ରହିଥିବା ପ୍ରକାଶ। ସ୍ୱତନ୍ତ୍ର ଟାସ୍କ ଫୋର୍ସର ଆରକ୍ଷୀ ଅଧିକାରୀ ତେଜରାଜ ପଟେଲ କୌଣସି ବିଶେଷସୂତ୍ରରୁ ଏହି ଖବରପାଇ ଚଢାଉକରିବାକୁ ନିର୍ଦେଶ ଦେଇଥିବା ବିଭାଗୀୟ ଅଧିକାରୀ କହିଛନ୍ତି। ବିଭାଗୀୟ ଆଇଆଇସି ଅଶୋକକୁମାର ଗିରିଙ୍କ ନେତୃତ୍ୱରେ ଆସିଥିବା ଏହି ଦଳ ବୁଧବାର ବଡ଼ମ୍ବା ପୁଲିସ ସହଯୋଗରେ ଘଟଣାସ୍ଥଳରେ ଚଢାଉ କରିଥିଲେ। ଚଢାଉ ସମୟରେ ଚାଲାଣ ହେବାକୁଥିବା ବିପୁଳପରିମାଣର ଗଞ୍ଜେଇ ଉକ୍ତସ୍ଥାନରୁ ଜବତ କରାଯାଇଥିଲା। ଜବତ ହୋଇଥିବା ଗଞ୍ଜେଇ ପ୍ରାୟ ୧କ୍ୱିଣ୍ଟାଲ ୫୦କେଜିର ହୋଇଥିବା ବେଳେ ଏହାର ମୂଲ୍ୟ ୬ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହେବବୋଲି ଜଣାଯାଇଛି।

Comments are closed.