କ୍ଲବ ପିଲାଙ୍କ ଦ୍ୱାରା ବଜ୍ରକାପ୍ତା ଉଦ୍ଧାର

ବଡ଼ମ୍ବା: କଟକ ଜିଲା ବଡ଼ମ୍ବା ବ୍ଲକ ଅନ୍ତର୍ଗତ ବେଲିଆପାଳ ଗ୍ରାମରୁ ଶୁକ୍ରବାର ବିଳମ୍ବିତ ରାତିରେ ଏକ ବଜ୍ରକାପ୍ତାକୁ ଉଦ୍ଧାର କରାଯାଇଛି। ସୂଚନା ମୁତାବକ ଗ୍ରାମର ଷ୍ଟୁଡେଣ୍ଟସ କ୍ଲବର ସଦସ୍ୟମାନେ ଏହାକୁ ଗାଁ ସନ୍ନିକଟରେ ବୁଲୁଥିବା ଦେଖିବାକୁ ପାଇଥିଲେ। ପରେପରେ ଏନେଇ ପିଲାମାନେ ସ୍ଥାନୀୟ ବନବିଭାଗକୁ ଖବର ଦେବାରେ ବଡ଼ମ୍ବା ବନାଞ୍ଚଳ ଅଧିକାରୀ ସରୋଜ କୁମାର ମହାନ୍ତି ଏବଂ ସହକର୍ମୀ ତୁରନ୍ତ ଘଟଣାସ୍ଥଳକୁ ଯାଇ ଏହାକୁ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରିଥିଲେ।

ବନାଞ୍ଚଳ ଅଧିକାରୀ ଶ୍ରୀ ମହାନ୍ତି ଏହି ଘଟଣା ସମ୍ପର୍କରେ ଆଠଗଡ଼ ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବଙ୍କୁ ଜଣାଇବାରେ ତାଙ୍କ ନିର୍ଦେଶକ୍ରମେ ଏହି ଅକ୍ଷତ ବଜ୍ରକାପ୍ତାଟିକୁ ନିକଟସ୍ଥ ହଳଦିଆ ଶେଣୀ ଜଙ୍ଗଲରେ ଛାଡ଼ି ଦିଆଯାଇଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ।

Comments are closed.