ବଡ଼ମ୍ବାରେ ଜିଲାପ୍ରଶାସନର ଜନଶୁଣାଣି

୨୬୮ଟି ଅଭିଯୋଗର ଫଇସଲା

ବଡ଼ମ୍ବା :  ମହାମାରୀ କରୋନାର ପ୍ରଭାବ ଜନିତ ଦୀର୍ଘଦିନର ବ୍ୟବଧାନ ପରେ ଜିଲା ପ୍ରଶାସନ ଆନୁକୂଲ୍ୟରେ ଜିଲାପାଳ ଜନଶୁଣାଣି କାର୍ଯ୍ୟକ୍ରମ ସୋମବାର ବଡ଼ମ୍ବା ବ୍ଲକରେ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳଙ୍କ ଅନୁପସ୍ଥିତିରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ ବିଜୟ କୁମାର ଖଣ୍ଡାୟତରାୟ ଯୋଗ ଦେଇ ସମସ୍ତ ଜନ ଅଭିଯୋଗର ଶୁଣାଣି କରିଥିଲେ । ବଡ଼ମ୍ବା ବିଡିଓ ଉତ୍କଳରଞ୍ଜନ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ଅଧିକାରୀ ଅମ୍ବର କର, ଜିଲା ଚିକିତ୍ସାଧିକାରୀ ଡା.ସତ୍ୟବ୍ରତ ଛୋଟରାୟ, ଜିଲା ଆରକ୍ଷୀ ଅଧିକାରୀ ଯୁଗଳକିଶୋର ବାନୋଥ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ବିଜୟୁମାର ବିଶି, ଆଇଆଇସି ନିରଞ୍ଜନ ଦାସ, ଜିଲା ସାମାଜିକ କଲ୍ୟାଣ ଅଧିକାରୀ ମଧୁସ୍ମିତା ମହାପାତ୍ର, ଉପଖଣ୍ଡ ଯୋଗାଣ ଅଧିକାରୀ ଜଗମୋହନ ଦାସ, ତହସିଲଦାର ତପନ କୁମାର ପରିଡ଼ା, ସ୍ଥାନୀୟ ଚିକିତ୍ସାଧିକାରୀ ବିଶ୍ୱନାଥ ଆଧେକ, ଜିଲାପରିଷଦ ସଦସ୍ୟ ରବିନ୍ଦ୍ରକୁମାର ସାହୁ, ବ୍ଲକ ଅଧ୍ୟକ୍ଷ ରଘୁପତି ମହାନ୍ତି, ଉପାଧ୍ୟକ୍ଷା ସ୍ୱର୍ଣ୍ଣଲତା ବେହେରାଙ୍କ ସମେତ ଜିଲା ତଥା ବ୍ଲକର ବହୁ ବିଭାଗୀୟ ଅଧିକାରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ପୂର୍ବକ ଜନତାଙ୍କ ସମସ୍ତ ଅଭିଯୋଗର ଶୁଣାଣି କରିଥିଲେ।

ସୂଚନାନୁଯାୟୀ ପ୍ରଶାସନର ହସ୍ତଗତ ହୋଇଥିବା ୨୬୮ଟି ଅଭିଯୋଗରୁ ପ୍ରାୟ ସମସ୍ତ ଅଭିଯୋଗର ଏକକ ଶୁଣାଣି ସହିତ ତତ୍କାଳ ଫଇସଲା କରାଯାଇଥିବା ଜଣାଯାଇଛି । ଜାତୀୟ ପରିବାର କଲ୍ୟାଣ ଯୋଜନାରେ ୬ଜଣଙ୍କୁ ସହାୟତା ପ୍ରଦାନ କରାଯାଇଥିବା ବେଳେ ୯ଜଣଙ୍କୁ ଭିନ୍ନକ୍ଷମ ଭତ୍ତା ଏବଂ ୧୪୧ଜଣଙ୍କୁ ଅନ୍ୟାନ୍ୟ ଭତ୍ତା ମଞ୍ଜୁର କରାଯାଇଥିବା ପ୍ରକାଶ । ସେହିଭଳି ଦୁଇଜଣ ଚଳତଶକ୍ତିହୀନଙ୍କୁ ଜିଲାପ୍ରଶାସନର ମଞ୍ଜୁରୀ କ୍ରମେ ଟ୍ରାଇସାଇକେଲ ପ୍ରଦାନ କରାଯାଇଛି।

Comments are closed.