ବାଦାମ କ୍ଷୀରର ଉପକାରିତା

0


କ୍ଷୀରରେ ସମସ୍ତ ପ୍ରକାରର ଭିଟାମିନ ରହିଛି। ଏହା ଶରୀର ପାଇଁ ଖୁବ ପୃଷ୍ଟିକର ଅଟେ। ନିୟମିତ କ୍ଷୀର ପିଇବା ସ୍ୱାସ୍ଥ୍ୟ ପାଇଁ ହିତକାରକ ଅଟେ। ଏହା ଶରୀରକୁ ଅଧିକ ଶକ୍ତି ଯୋଗାଇଥାଏ। କ୍ଷୀରରୁ ପ୍ରଚୁର ପରିମାଣରେ କ୍ୟାଲସିୟମ ଓ ନ୍ୟୁଟ୍ରିସନ ମିଳିଥାଏ। ସେହିପରି ବାଦାମ ଦ୍ୱାରା ସ୍ମରଣ ଶକ୍ତି ସହ ମୁହଁର ସୁନ୍ଦରତା ମଧ୍ୟ ବୃଦ୍ଧି ହୋଇଥାଏ। ତେଣୁ କ୍ଷୀର ସହ ବାଦାମ ମିଶାଇ ପିଇବା ଦ୍ୱାରା ଏହା ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ ହୋଇଥାଏ। ଜାଣନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ କି କି ଉପକାର କରିଥାଏ….
ସାଧାରଣତଃ ଶୀତ ଦିନରେ କ୍ଷୀରରେ ବାଦାମ ମିଶାଇ ପିଇବା ଦ୍ୱାରା ଏହା ଶରୀରକୁ ବହୁ ରୋଗରୁ ରକ୍ଷା କରିଥାଏ। ଥଣ୍ଡା ଜନିତ ସମସ୍ୟାକୁ ମଧ୍ୟ ଏହା ଦୂର କରିଥାଏ।
ପିଲାମାନେ ଏହାକୁ ପିଇବା ଦ୍ୱାରା ସେମାନଙ୍କର ସ୍ମରଣ ଶକ୍ତି ବୃଦ୍ଧି ପାଇବା ସହ ଥଣ୍ଡା ହୋଇନଥାଏ।
ବାଦାମ କ୍ଷୀର ପିଇବା ଦ୍ୱାରା ହୃଦୟ ସୁସ୍ଥ ରହିଥାଏ।
ବାଦାମ କ୍ଷୀର ନିୟମିତ ପିଇବା ଦ୍ୱାରା ମୁହଁ ସୁନ୍ଦର ହୋଇଥାଏ।
ଏଥିରେ ଥିବା ଭିଟାମିନ ମାଂସପେଶୀକୁ ମଜଭୂତ କରିବା ସହ ଦାନ୍ତକୁ ଶକ୍ତ କରିଥାଏ।

Leave A Reply