ବାଦାମ ଖାଇ ସୁସ୍ଥ ରହନ୍ତୁ

0

ଭାରତର ପ୍ରତ୍ୟେକ ପ୍ରାନ୍ତରେ ସହଜରେ ଉପଲବ୍ଧ ବାଦାମ ଏବେ ବିଶ୍ବସ୍ତରରେ ମଧ୍ୟ ଆଦୃତି ଲାଭ କଲାଣି। ଏଥିରେ ମହଜୁଦ୍ ପୋଷକତତ୍ତ୍ବ ଶରୀର ପାଇଁ ଖୁବ୍ ଉପକାରୀ। ଶସ୍ତାରେ ମିଳୁଥିବା ଏଇ ଡ୍ରାଏଫ୍ରୁଟ୍ ନିୟମିତ ଖାଇବା ହିତକାରୀ।
. ଆଣ୍ଟିଅକ୍ସିଡାଣ୍ଟ ଭରପୂର ବାଦାମ ନିୟମିତ ଖାଇଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ିବା ସହ ଓଜନ ମଧ୍ୟ ଠିକ୍ ରୁହେ।
. ଯକୃତ କର୍କଟରୁ ରକ୍ଷା ପାଇବା ନିମନ୍ତେ ଏହା କୌଣସି ମହୌଷଧି ଠାରୁ କମ୍ ନୁହେଁ।
. ଛୋଟ ପିଲାଙ୍କୁ ବିଭିନ୍ନ ଖାଦ୍ୟ ଗୁଣ୍ଡରେ ଅଳ୍ପ ପରିମାଣରେ ବାଦାମ ଗୁଣ୍ଡ ମିଶାଇ ଖୁଆଇବା ସେମାନଙ୍କ ପାଇଁ ଭଲ।
. ହୃଦଘାତର ଆଶଙ୍କା ମଧ୍ୟ ବାଦାମ ନିୟମିତ ଖାଇଲେ ଯଥେଷ୍ଟ ହ୍ରାସ ପାଇଥାଏ ବୋଲି ବିଶେଷଜ୍ଞଙ୍କ ମତ।
. ଏହା ସହ ବାଦାମ ଖାଇଲେ ଓଜନ ବଢ଼ିବାର ଆଦୌ ଭୟ ନଥାଏ।

Leave A Reply