ମହିଳା ଦିବସରେ ଅସହାୟଙ୍କ ମୃତଦେହକୁ କାନ୍ଧଦେଲେ ମହିଳା

ମୁଖାଗ୍ନି ଦେଲେ ଝିଅ

ବରଗଡ଼ : ଆଜି ବିଶ୍ଵ ମହିଳା ଦିବସରେ ବରଗଡ଼ର କିଛି ସ୍ବେଚ୍ଛାସେବୀ ମହିଳା ଏକ ଅସହାୟ ପରିବାରର ମୁଖ୍ୟଙ୍କ ମୃତଦେହକୁ କାନ୍ଧେଇ ସ୍ଵର୍ଗଦ୍ୱାର ପର୍ଯ୍ୟନ୍ତ ନେଇ ଉଦାହରଣ ସୃଷ୍ଟି କରିଛନ୍ତି । ଘଟଣାରୁ ପ୍ରକାଶଯେ ବରଗଡ଼ ନିକଟସ୍ଥ ଅମ୍ବାପାଲି ଗ୍ରାମର ଲକ୍ଷ୍ମଣ କୁଅଁର ଏକ ଦୁର୍ଘଟଣାରେ ଆହତ ହୋଇ ବୁର୍ଲାରେ ଚିକିତ୍ସିତ ହେଉଥିଲେ। ଚିକିତ୍ସିତ ଅବସ୍ଥାରେ ଲକ୍ଷ୍ମଣ କୁଅଁରଙ୍କର ଦେହାନ୍ତ ହୋଇଥିଲା। ମୃତ ଲକ୍ଷ୍ମଣଙ୍କର ଚାରିଗୋଟି ଝିଅ ଥିବାରୁ ତାଙ୍କୁ ସାହାଯ୍ୟ କରିବା ପାଇଁ ବରଗଡ଼ର କିଛି ସ୍ବେଛାସେବୀ ମହିଳା ଆଗେଇ ଆସି ସହଯୋଗର ହାତ ବଢ଼ାଇଥିଲେ । ସମସ୍ତ ମହିଳା ମୃତଦେହକୁ କାନ୍ଧେଇ ସ୍ୱର୍ଗଦ୍ୱାର ଯାଏ ଆଣିବାପରେ ଅନ୍ତିମ ସଂସ୍କାର କରିଥିଲେ। ମୃତ ଲକ୍ଷ୍ମଣଙ୍କର ପୁଅ ନଥିବାରୁ ତାଙ୍କ ବଡ଼ ଝିଅ ମନୀଷା ମୁଖାଗ୍ନି ଦେଇଥିଲେ । ସ୍ବେଛାସେବୀ ମହିଳାମାନଙ୍କର ଏହି ମହତ କାର୍ୟ୍ୟକୁ ସବୁ ମହଲରେ ପ୍ରସଂଶା କରାଯାଇଛି ।

Comments are closed.