ଧବଳେଶ୍ୱରଙ୍କ ପୀଠରେ ବଡ଼ ଓଷା, ଲକ୍ଷାଧିକ ଭକ୍ତଙ୍କ ସମାଗମ

କଟକ : ରବିବାର ଅର୍ଥାତ ଆଜି ହେଉଛି କାର୍ତ୍ତିକ ମାସ ମହାପଞ୍ଚୁକର ତୃତୀୟ ଦିନ ଓ ଧବଳେଶ୍ୱରଙ୍କ ପୀଠରେ ବଡ଼ ଓଷା। ଏଥିପାଇଁ ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରଙ୍କ ପୀଠରେ ଲକ୍ଷାଧିକ ଭକ୍ତଙ୍କର ସମାଗମ ହୋଇଛି। ବଡ଼ସିଂହାର ରୂପରେ ବାବା ଧବଳେଶ୍ୱର ଦର୍ଶନ ଦେଉଛନ୍ତି। ଆଜି ବାବାଙ୍କ ନିକଟରେ ତାଙ୍କର ପ୍ରିୟ ଗଜ ମଣ୍ଡା ଲାଗି କରାଯାଏ। ଗଜମଣ୍ଡା ପାଇଁ ପ୍ରସ୍ତୁତି ଶନିବାର ଠାରୁ ଆରମ୍ଭ ହୋଇଥାଏ। ପୂଜାର୍ଚ୍ଚନା ପରେ ଭକ୍ତମାନେ ଏହାକୁ ପ୍ରସାଦ ଆକାରରେ ଗ୍ରହଣ କରିଥାଆନ୍ତି। ଭକ୍ତମାନଙ୍କ ସୁବିଧା ଓ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି।

Comments are closed.