ଠିକାଦାରଙ୍କ ଭାତହାଣ୍ଡି ପାଲଟିଛି ଜଗନ୍ନାଥ ସଡକ… ପି-ଓାନ୍‍ ପ୍ରକଳ୍ପ ନାଁରେ ଚାଲିଛି ହରିଲୁଟ୍‍

ହରଭଙ୍ଗା :  ସରକାର ପ୍ରତ୍ୟେକ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟରେ ସ୍ୱଛତା ଆଣିବା ପାଇଁ ଇ-ଟେଣ୍ଡର ବ୍ୟବସ୍ଥା ସହିତ ଲୋକାଭିମୂଖୀ କାର୍ଯ୍ୟ ଉପରେ ଗୁରତ୍ୱାରୋପ କରୁଛନ୍ତି।ମାତ୍ର ବୌଦ୍ଧ ଭଳି ଏକ ଅନୁନ୍ନତ ଜିଲ୍ଲାରେ ପୂର୍ତବିଭାଗ ପକ୍ଷରୁ ଠିକାଦାର ପୋଷା ନୀତିରେ ଚାଲିଥିବା ପି-ଓାନ ପ୍ରକଳ୍ପ କାର୍ଯ୍ୟ ସରକାରୀ ଅର୍ଥ ହରିଲୁଟର ଆଉ ଏକ ନମୁନା ଦେଖିବାକୁ ମିଳିଛି।

ପ୍ରକାଶ ଯେ ବୌଦ୍ଧଜିଲ୍ଲାର ଐତିହ୍ୟ ବହନ କରୁଥିବା ଜଗନ୍ନାଥସଡକ ଏବେ ପେଟି ଠିକଦାରଙ୍କ ଭାତହାଣ୍ଡି ପାଲଟିଛି। ଏହି ସଡକ ଉପରେ ରାମଗଡ ଠାରୁ ଖରଶଙ୍କୁଲେଇ ପର୍ଯ୍ୟନ୍ତ ପୂର୍ତ୍ତବିଭାଗ ପକ୍ଷରୁ ପି-ଓାନ୍‍ ପ୍ରକଳ୍ପ ନାଁରେ ରାସ୍ତା ପାର୍ଶ୍ବରେ ଗାର୍ଡଓାଲ ଏବଂ ପିଚୁ ରାସ୍ତା ଭଳି ଅତ୍ୟନ୍ତ ନିମ୍ନମାନର ନିର୍ମାଣକାର୍ଯ୍ୟ ଚାଲିଥିବା ଦେଖୀବାକୁ ମିଳିଛି। ଜିଲ୍ଲାର ସଦରମହକୁମାରୁ ହରଭଙ୍ଗା ପର୍ଯ୍ୟନ୍ତ ବିସ୍ତୀର୍ଣ୍ଣ ୪୦କି.ମି ଜଗନ୍ନାଥ ରାସ୍ତାଟି ନିର୍ମାଣଧିନଥିବା ଧଳପୁର ମହାନଦୀ ସେତୁକୁ ସଂଯୋଗ କରୁଥିବାରୁ ଏହି ଐତିହ୍ୟ ସଡକ ଅନୁଗୁଳୁ ଜିଲ୍ଲାକୁ ଗମନାଗମନ ଉପରେ ଅନେକ ଗୁରୁତ୍ୱବହନ କରୁଛି। ଏହାକୁ ଦୃଷ୍ଟିରେ ରଖି ବୌଦ୍ଧରୁ ଧଳପୁର ଏବଂ ପୁରୁଣାକଟକ ରୁ ଧଲପୁର ପର୍ଯ୍ୟନ୍ତ କୋଟି କୋଟି ଟଙ୍କା ଅନୁଦାନରେ ପୂର୍ତବିଭାଗ ସ୍ଥାୟୀରାସ୍ତା ନିର୍ମାଣ କରୁଛି।ଆଗକୁ ହରଭଙ୍ଗା ରୁ ଧଳପୁର ପର୍ଯ୍ୟନ୍ତ ମଧ୍ୟ ସ୍ଥାୟୀରାସ୍ତା ନିର୍ମାଣ ପାଇଁ ଯୋଜନା ରହିଛି। ଏଭଳି ସ୍ଥାୟୀ ଯୋଜନା ସତ୍ୱେ ବିଭାଗୀୟ କତୃପକ୍ଷ ପେଟି ଠିକାଦରାଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି ପି-ଓାନ ପ୍ରକଳ୍ପ ନାଁରେ ଅଧପନ୍ତରିଆ ନିମ୍ନମାନର ରାସ୍ତା ନିର୍ମାଣ କାର୍ଯ୍ୟ କରିବା ସରକାରୀ ଅର୍ଥ ହରିଲୁଟର ଆଉ ଏକ ନମୁନା ବୋଲି କୁହାଯାଉଛି। ଏଭଳି ବେନିୟମ ପ୍ରକଳ୍ପ କାର୍ଯ୍ୟ ଉପରେ ଉଚ୍ଚସ୍ତରୀୟ ଭିଜିଲାନ୍ସ ତଦନ୍ତ କରାଯିବା ସହିତ ରାସ୍ତା ନିର୍ମାଣ ପାଇଁ ଆକଳନ ଏବଂ ପ୍ରସ୍ତାବ ଦେଇଥିବା ଅଧିକାରୀଙ୍କ ବିରୁଦ୍ଧରେ ଦୃଢକାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ବୁଦ୍ଧିଜିବୀ ଏବଂ ସଚେତନ ନାଗରିକ ମହଲରୁ ଦାବୀ ଉଠୁଛି। ଏହା ଉପରେ ବିଭାଗୀୟ ମୁଖ୍ୟ ସଚିବ ଦୃଷ୍ଟି ଦେବା ସହ ବେନିୟମ ପ୍ରକଳ୍ପ କାର୍ଯ୍ୟ ବନ୍ଦ କରାଯିବାକୁ ଦାବୀ ହେଉଛି। ଏ ସଂର୍ପକରେ ବୌଦ୍ଧ ପୂର୍ତ୍ତବିଭାଗ ସହକାରୀଯନ୍ତ୍ରୀ ନିରଞନ ଧଳଙ୍କୁ ପଚାରିବାରୁ କାର୍ଯ୍ୟର ଗୁଣବତା ମାନ ଉପରେ ଦୃଷ୍ଟିଦେବା ସହ ନିଜେ ଯାଇ ଘଟଣାର ତଦନ୍ତ କରିବି ବୋଲି କହିଛନ୍ତି।

Comments are closed.