ସିଗ୍‍ନେଚର ବ୍ରିଜ୍‍ରେ ପୁଣି ଦୁର୍ଘଟଣା; ଜଣେ ମୃତ

0

ନୂଆଦିଲ୍ଲୀ : ଦିଲ୍ଲୀର ନବନିର୍ମିତ ସିଗ୍‍ନେଚର ବ୍ରିଜ୍‍ ମରଣଯନ୍ତା ପାଲଟିଛି। ଦୁଇ ଦିନ ମଧ୍ୟରେ ଏଠାରେ ତିନିଜଣଙ୍କ ପ୍ରାଣହାନି ଘଟିଲାଣି। ଶୁକ୍ରବାର ଏଠାରେ ଦୁଇ ଡାକ୍ତରୀ ଛାତ୍ରଙ୍କର ମୃତ୍ୟୁ ହୋଇଥିବାବେଳେ ଏହାର ୨୪ଘଣ୍ଟା ନ ପୂରୁଣୁ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହୋଇଛି ଓ ଅନ୍ୟ ଜଣେ ଆହତ ହୋଇଛନ୍ତି। ଶନିବାର ସକାଳେ ସମ୍ପୃକ୍ତ ଦୁଇ ଜଣ ମୋଟର ସାଇକଲରେ ଯାଉଥିବାବେଳେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ।

Leave A Reply