୬ କୋଟି ପିଏଫ ଉପଭୋକ୍ତାଙ୍କୁ ଝଟକା : ହ୍ରାସ ପାଇବ ସୁଧ ହାର

ଇପିଏଫ୍ (କର୍ମଚାରୀ ଭବିଷ୍ୟନିଧି ପାଣ୍ଠି)ର ସୁଧ ହାର ୨୦୨୧ ଆର୍ଥିକ ବର୍ଷରେ ପୁଣିଥରେ ହ୍ରାସ ପାଇବାର ସମ୍ଭାବନା ରହିଛି। ବାସ୍ତବରେ ଯଦି ଏହା tf ହୁଏ, ତେବେ ୬ କୋଟିରୁ ଅଧିକ ବେତନ ପ୍ରାପ୍ତ ବର୍ଗ ପାଇଁ ଏହା ଏକ ବଡ ଝଟକା ହେବ। ନୂତନ ହାର ଉପରେ ନିଷ୍ପତ୍ତି ନେବାକୁ ଇପିଏଫଓ କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ (ସିବିଟି)ର ବୈଠକ ଗୁରୁବାର ଅନୁଷ୍ଠିତ ହେବ।

ନୂଆଦିଲ୍ଲୀ : ଭାରତୀୟ ଅର୍ଥନୀତି ପେଟ୍ରୋଲ, ଡିଜେଲ,ଏଲପିଜି ଭଳି ଇନ୍ଧନ ଉପରେ ମୂଲ୍ୟ ବୃଦ୍ଧିର ସମ୍ମୁଖୀନ ହୋଇଛି । ସାମ୍ପ୍ରତିକ ସ୍ଥିତିରେ, ଇପିଏଫ୍ (କର୍ମଚାରୀ ଭବିଷ୍ୟନିଧି ପାଣ୍ଠି)ର ସୁଧ ହାର ୨୦୨୧ ଆର୍ଥିକ ବର୍ଷରେ ପୁଣିଥରେ ହ୍ରାସ ପାଇପାରେ। ଯଦି ଏହା ହୁଏ, ତେବେ ୬ କୋଟିରୁ ଅଧିକ ବେତନ ପ୍ରାପ୍ତ ବର୍ଗ ପାଇଁ ଏହା ଏକ ବଡ ଛଟକା ହେବ। ଗତ ବର୍ଷ ପର୍ଯ୍ୟନ୍ତ ସେମାନଙ୍କ ସୁଧ ଟଙ୍କା ନ ପାଇ ଚିନ୍ତିତ ଥିବା ଇପିଏଫ୍ ଉପଭୋକ୍ତାମାନେ ବର୍ତ୍ତମାନ ପୁଣି ପ୍ରଭାବିତ ହେବେ।

ସୂଚନାନୁସାରେ, କରୋନା ସଙ୍କଟ ସମୟରେ ଲୋକମାନେ ବହୁ ସଂଖ୍ୟକ ଇପିଏଫ୍ ଅର୍ଥ ଉଠାଇ ନେଇଛନ୍ତି, ଯେଉଁଥିରେ ଭବିଷ୍ୟତ ନିଧି ପାଣ୍ଠି ଯୋଗଦାନର ଅବଦାନ ମଧ୍ୟ ହ୍ରାସ ପାଇଛି। ଫଳରେ କର୍ମଚାରୀଙ୍କ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫଓ) ସୁଧ ହାର ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଇପିଏଫଓ କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ (ସିବିଟି) ଆସନ୍ତାକାଲି (ଗୁରୁବାର) ବୈଠକରେ ନୂତନ ହାର ଉପରେ ନିଷ୍ପତ୍ତି ନେବ। ତେଣୁ ସୁଧ ହାର ହ୍ରାସ ପାଇବାର ଯଥେଷ୍ଟ ସମ୍ଭାବନା ରହିଛି।

Comments are closed.