ଖୁବ୍ ମାରାତ୍ମକ ମଶାଧୂପ ଧୂଆଁ

ସାଧାରଣତଃ ମଶା ଦାଉରୁ ରକ୍ଷା ପାଇବା ପାଇଁ ଆ​‌ମେ ଘରେ ମଶାଧୂପ ଲଗାଇ ଶୋଇଥାଉ। ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ମଶାଧୂପର ଧୂଆଁ ଆମ ଶରୀର ପାଇଁ ଖୁବ୍ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ। ଏହାଦ୍ବାରା ଆମର ଅନେକ ସ୍ବାସ୍ଥ୍ୟଜତ ସମସ୍ୟା ସୃଷ୍ଟି ହୋଇପାରେ। ତେବେ ଆସନ୍ତୁ ଜାଣିବା ମଶାଧୂପର ଧୂଆଁ ଆମର କି କ୍ଷତି କରିଥାଏ –

ଏହା ଦ୍ୱାରା ମଶା ସାମୟିକ ଭାବେ ଦୂରେଇ ଗଲେ ମଧ୍ୟ ଏଥିରୁ ନିର୍ଗତ ହେଉଥିବା ଧୂଆଁ ଯୋଗୁ ଶ୍ୱାସକ୍ରିୟା ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ। ଶ୍ବାସ ରୋଗୀଙ୍କ ପାଇଁ ଏହା ବହୁତ କ୍ଷତିକାରକ। ଏହି ଧୂଆଁ ତ୍ୱଚା ଏବଂ ଆଖି ଉପରେ ମଧ୍ୟ ଅନେକ  କୁପ୍ରଭାବ ପକାଇଥାଏ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି। ଏହି ଧୂଆଁ ଫୁସଫୁସ୍‌ ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ। ଏହାବ୍ୟତୀତ ମଶାଧୂପ ଧୂଆଁ ଦ୍ବାରା କେତେକଙ୍କଠାରେ ସାମାନ୍ୟ କଥାରେ ଭୟ ପାଇ ଥରିବା ଭଳି ସମସ୍ୟା ମଧ୍ୟ ଦେଖାଦେଇଥାଏ।

Comments are closed.