ବଚନ ସୁଧା ହତ୍ୟା ମାମଲାରେ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ

ଭୁବନେଶ୍ବର: ବହୁ ଚର୍ଚ୍ଚିତ ବଚନ ସୁଧା ହତ୍ୟା ମାମଲାରେ ଦୋଷୀ ଦୀପ୍ତିରଞ୍ଜନ ପଟ୍ଟନାୟକଙ୍କୁ ଆଜୀବନ କାରାଦଣ୍ଡ ମିଳିଛି। ଦୀପ୍ତିରଞ୍ଜନ ପଟ୍ଟନାୟକଙ୍କୁ ଆଜୀବନ କାରାଦଣ୍ଡ ଘୋଷଣା କରିଛନ୍ତି ଖୋର୍ଦ୍ଧା ଜିଲା ଦୌରାଜଜ୍।
୨୦୧୩ ସେପ୍ଟେମ୍ବର ୧୧ରେ ବଚନ ସୁଧାଙ୍କୁ ହତ୍ୟା କରାଯାଇଥିଲା। ରସୁଲଗଡ଼ସ୍ଥିତ ଘରେ ବଚନ ସୁଧାଙ୍କୁ ହତ୍ୟା କରାଯାଇଥିଲା। ଘରର ସିକ୍ୟୁରିଟ୍ ଗାର୍ଡ ଭାବେ କାମ କରୁଥିବା ଦୀପ୍ତିରଞ୍ଜନ ପଟ୍ଟନାୟକ ହତ୍ୟା କରିଥିଲା ବଚନ ସୁଧାଙ୍କୁ। ଟଙ୍କା ସୁନା ଓ ଗହଣା ଲୁଟ୍ ପାଇଁ ହତ୍ୟା କରିଥିଲା ଦୀପ୍ତି ରଞ୍ଜନ ପଟ୍ଟନାୟକ। ନିଜ ପ୍ରେମିକାଙ୍କୁ ଉପହାର ଦେବା ପାଇଁ ସୁନା, ଗହଣା ଓ ଟଙ୍କର ଉପହାର ଦେବା ପାଇଁ ଏହି ଲୁଟ୍ କରିଥିବା ଜଣାପଡ଼ିଥିଲା। ବଚନ ସୁଧାଙ୍କୁ ହତ୍ୟା ମାମଲାରେ ତଦନ୍ତ କରି ପୁଲିସ ଦୀପ୍ତିରଞ୍ଜନ ପଟ୍ଟନାୟକ ଗିରଫ ପରେ କୋର୍ଟ ଚାଲାଣ କରିଥିଲା। ୧୮ଜଣ ସାକ୍ଷୀ ଓ ପାରିପାର୍ଶିକ ପ୍ରମାଣକୁ ଦେଖି ଦଣ୍ଡ ବିଧାନ କରାଯାଇଥିବଳ ସୂଚନା ମିଳିଛି।