କାମରେ ବ୍ୟସ୍ତ ବଚ୍ଚନ ପରିବାର

ଯୁବପିଢ଼ି ସୋସିଆଲ୍ ସାଇଟ୍‌ରେ ଅଧିକ ସମୟ ଅତିବାହିତ କରିବା ସେଭଳି ବଡ଼ କଥା ନୁହେଁ ହେଲେ ବିଗ୍ ବି ୭୮ବର୍ଷରେ ଦିନକୁ ୩-୪ ଘଣ୍ଟା ଅତିବାହିତ କରିଥାନ୍ତି। କେବିସିର ଏକ ଏପିସୋଡ୍‌୍ରେ ଜଣେ ବ୍ୟକ୍ତିଙ୍କ ସହ ଏ ସଂକ୍ରାନ୍ତରେ ଆଲୋଚନା କରିବାବେଳେ ଅମିତାଭ ବଚ୍ଚନ କହିଲେ, ଭାଇ, କ’ଣ କରିବା, ସୋସିଆଲ୍ ସାଇଟ୍‌ରେ ସମୟ କିଭଳି କଟିଯାଉଛି, ଜଣାପଡ଼ୁନାହିଁ। ପ୍ରତିଦିନ ସେ ଇନଷ୍ଟାଗ୍ରାମ୍‌ରେ ଫଟୋ ଅପଲୋଡ କରିବା ସହ ନିଜ ଅନୁଭୂତି ବଖାଣିବାକୁ ଭୁଲିନଥାନ୍ତି। କରୋନାରୁ ଆରୋଗ୍ୟ ହେବା ପରେ ଅମିତାଭ ଆଗ ଅପେକ୍ଷା ଅଧିକ ସଚେତନ ହୋଇଯାଇଛନ୍ତି। ଆଜିକାଲି ସେ ବାହାରେ ଖାଇବା ଓ ପାଣି ପିଇବା ସମ୍ପୂର୍ଣ୍ଣ ବନ୍ଦ କରିଛନ୍ତି। ଶୋଷ ଲାଗିଲେ ହାତ ସାନିଟାଇଜ୍ କରି ନିଜ ଭ୍ୟାନିଟି ଭ୍ୟାନ୍‌ରେ ଆସି ପାଣି ପିଉଥିବାର କହିଛନ୍ତି। ନିକଟରେ ଏକ ବିଜ୍ଞାପନର ସୁଟିଂ ପାଇଁ ପରିବାର ତାଙ୍କ ସାଥିରେ ଥିଲା। ପତ୍ନୀ ଜୟା, ଝିଅ ଶ୍ବେତା ଏଇ ବିଜ୍ଞାପନରେ ଦେଖାଦେବେ। ଅମିତାଭ ସେଟ୍‌ର ଏକ ଫଟୋ ଇନଷ୍ଟାଗ୍ରାମ୍‌ରେ ଅପଲୋଡ କରିବାବେଳେ କିଛି ଘଣ୍ଟାରେ ୭ଲକ୍ଷରୁ ଅଧିକ ଲୋକ ପସନ୍ଦ କରିବା ସହ ବାରମ୍ବାର ଶେୟାର କରାଯାଇଛି। ପ୍ରଶଂସକଙ୍କ ଏଇ ଭଲପାଇବାରେ ତାଙ୍କ ମନୋବଳ ବଢ଼ୁଥିବାର ଉଲ୍ଲେଖ କରିଛନ୍ତି ବିଗ୍ ବି।

Comments are closed.