ସାପ କାମୁଡ଼ାରେ ଶିଶୁ ମୃତ

ବରପାଲି : ବରପାଲି ଡ଼ାକ୍ତରଖାନାରେ ଏକ ଚାରିବର୍ଷର ଶିଶୁ ସାପ କାମୁଡ଼ାରେ ମୃତ୍ୟୁବରଣ କରିଛି। ରବିବାର ମଧ୍ୟାହ୍ନ ସମୟରେ ରାମପୁର ଥାନା ନାଇକେନପାଲି ଗାଁର ଦୌଲତ ନାଏକଙ୍କ ଘର ପଛପଟେ ଏକ ଧାନଖଳାରେ ଛୁଆମାନେ ଖେଳୂଥିଲେ। ଏହି ସମୟରେ ଖେଳୁଥିବା ସମୟରେ ପାଖରେ ଗଦା ହୋଇଥିବା ପାଳଗଦା ମଧ୍ୟରୁ ଏକ ବିସଧର ସାପ ବାହାରିବା ସହିତ ଦୌଲତଙ୍କ ଏକମାତ୍ର ପୁଅର ବାମ ପାଦରେ ଚୋଟ ମାରି ଚାଲିଯାଇଥିଲା। ପିଲାମାନଙ୍କ ପାଟି ଶୁଣି ପରିବାର ଲୋକେ ଖଳାରେ ପହଞ୍ଚି ଶିଶୁପୁତ୍ରକୁ ପଚରାଉଚୁରା କରିବା ସହ ତାର ବାମଗୋଡ଼ରେ ଗାମୁଛା ଭିଡ଼ି ଦେଇଥିଲେ। ପରେ ନିକଟସ୍ଥ ବରପାଲି ଡ଼ାକ୍ତରଖାନାକୁ ଏକ ଘରୋଇ ଟେମ୍ପୋ ନେଇଥିଲେ। ଡ଼ାକ୍ତର ଶିଶୁର ସ୍ୱାସ୍ଥ୍ୟ ପରିକ୍ଷା ନିରିକ୍ଷା କରିବା ସହ ଛିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ। ଚିକିତ୍ସା ସମୟରେ ଶିଶୁର ଅବସ୍ଥା ଗୁରୁତର ହେବାକୁ ଲାଗିଥିଲା। ଡ଼ାକ୍ତରଙ୍କ ପରାମର୍ଶରେ ବରଗଡ଼ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ର ନେବାକୁ ଯାଉଥିବା ବେଳେ ଶିଶୁଟି ମୃତ ହୋଇଥିବା ଘୋଷଣା କରିଥିଲେ।

Comments are closed.