ନବଜାତ ଶିଶୁର ଜନ୍ମପରେ ବିଭିନ୍ନ ଦେଶରେ କ’ଣ ରହିଛି ରୀତିନୀତି

କୌଣସି ପରିବାରରେ ସନ୍ତାନର ଜନ୍ମ ହେଲେ ହସଖୁସିରେ ପରିପୂର୍ଣ୍ଣ ହୋଇଯାଏ । ତେବେ ଏହି ବିଶେଷ ଉତ୍ସବକୁ ପାଳନ କରିବାରେ ଭିନ୍ନ ଭିନ୍ନ ସମ୍ପ୍ରଦାୟରେ ଅଜବ ରୀତିନୀତିରେ ପାଳନ କରାଯାଇଥାଏ । ବିଶ୍ବାସ ଅନୁଯାୟୀ ପିଲାଟି ସମସ୍ତ ଅସୁବିଧାରୁ ରକ୍ଷା ପାଇବା ପାଇଁ ଏହି ରୀତିନୀତି ପାଳନ କରାଯାଇଥାଏ। ଚାଇନାରେ ମଧ୍ୟ ରୀତିନୀତି ସମ୍ପୂର୍ଣ୍ଣ ଅଲଗା ରହିଛି।

ଚାଇନାରେ ଶିଶୁର ଜନ୍ମ ପରେ ମା’ଙ୍କୁ ପରିବାରଠାରୁ ସମ୍ପୂର୍ଣ୍ଣ ୩୦ ଦିନ ଦୂରରେ ରହିବାକୁ ପଡିଥାଏ । ଏହି ୩୦ ଦିନ ପାଇଁ ମାଆ ଘରୁ ବାହାରକୁ ଯାଇପାରିବେ ନାହିଁ କିମ୍ବା କଞ୍ଚା ଫଳ ଖାଇ ପାରିବେ ନାହିଁ । କେବଳ ଏତିକି ନୁହେଁ, ମା’ଙ୍କୁ ଗାଧୋଇବାକୁ ମଧ୍ୟ ବାରଣ କରାଯାଇଛି। ଚାଇନିଜରେ, ଏହି ମାସକୁ ଜୁୟୁ- ୟୁଜି କୁହାଯାଏ । ଏହି ରୀତିନୀତି ଚାଇନା ଇତିହାସରେ ୨ ହଜାର ବର୍ଷରୁ ଅଧିକ ପୁରୁଣା।

Pic courtesy : Ralph Lauren

ଇଣ୍ଡୋନେସିଆର ବାଲି ଦ୍ୱୀପରେ ମଧ୍ୟ ପିଲା ଜନ୍ମ ହେବା ସମୟରେ ଏକ ଅଦ୍ଭୁତ ରୀତିନୀତି ପାଳନ କରାଯାଇଥାଏ। ଏହି ରୀତିନୀତି ଅନୁଯାୟୀ, ଶିଶୁକୁ ପ୍ରଥମ ୩ ମାସ ପର୍ୟ୍ୟନ୍ତ ଭୂମିକୁ ଛୁଇଁବାକୁ ମଧ୍ୟ ଅନୁମତି ଦିଆଯାଇ ନ ଥାଏ ଏବଂ କୌଣସି ପ୍ରକାରେ ଭୂମି ସହିତ ସଂସ୍ପର୍ଶରେ ଆସେ ନାହିଁ । ଏପରି ପରିସ୍ଥିତିରେ, ମାଆ ପିଲାଟିକୁ ସବୁବେଳେ କୋଳରେ କିମ୍ବା ଖଟରେ ରଖାଯାଇଥାଏ।

Comments are closed.