ବାବୁଲ ସୁପ୍ରିୟୋ ପୁଣି କରୋନାରେ ଆକ୍ରାନ୍ତ

କଲକାତା: କେନ୍ଦ୍ରମନ୍ତ୍ରୀ ତଥା ପଶ୍ଚିମବଙ୍ଗ ଟଲିଗଞ୍ଜ ଆସନରୁ ପ୍ରାର୍ଥୀ ହୋଇଥିବା ବାବୁଲ ସୁପ୍ରିୟୋ ପୁଣି ଥରେ କରୋନାରେ ସଂକ୍ରମିତ ହୋଇଛନ୍ତି। ଏ ସମ୍ପର୍କରେ ସେ ନିଜେ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି। ସେ ଏବଂ ତାଙ୍କ ପତ୍ନୀ କରୋନାରେ ସଂକ୍ରମିତ ହୋଇଥିବା ଜଣାଇଛନ୍ତି। ପୂର୍ବରୁ ମଧ୍ୟରେ ବାବୁଲ ସୁପ୍ରିୟୋ ଏହି ଭୂତାଣୁରେ ସଂକ୍ରମିତ ହୋଇଥିଲେ।

ଅନ୍ୟପଟେ କରୋନା ପଜିଟିଭ ଯୋଗୁ ସେ ଆଇସୋଲେଶନରେ ରହିଥିବାରୁ ଆସନ୍ତା ୨୬ ତାରିଖରେ ଆସନସୋଲରେ ହେବାକୁ ଥିବା ନିର୍ବାଚନରେ ମତଦାନ କରିପାରିବେ ନାହିଁ। ସୁପ୍ରିୟୋ କହିଛନ୍ତି ଯେ, ସେ ଆସନସୋଲ କ୍ଷେତ୍ରର ବିଜେପି ଆଶାୟୀଙ୍କ ସହିତ ମାନସିକ ସ୍ତରରେ ଯୋଡ଼ିହୋଇ ରହିବେ। ଘରେ ରହି ନିର୍ବାଚନ ସ୍ଥିତି ଉପ​‌ରେ ନଜର ରଖିବେ। ସୂଚନାଯୋଗ୍ୟ, ଦୁଇ ଥର ସାଂସଦ ହୋଇସାରିଥିବା ବାବୁଲ ସୁପ୍ରିୟୋ ଏଥର ପଶ୍ଚିମବଙ୍ଗ ନିର୍ବାଚନରେ ଟଲିଗଞ୍ଜ ଆସନରୁ ବିଜେପି ପ୍ରାର୍ଥୀ ହୋଇଛନ୍ତି। ଏହି ଆସନରେ ପୂର୍ବରୁ ଭୋଟଗ୍ରହଣ ଶେଷ ହୋଇଛି।

Comments are closed.