ବାବୁ ସିଂହ ଭୁବନେଶ୍ଵର, ଦେବେନ୍ଦ୍ର ମହାନ୍ତି କଳାହାଣ୍ଡି ବିଜେପି ସଭାପତି ନିଯୁକ୍ତ

ଭୁବନେଶ୍ଵର: ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଆଜି ଭୁବନେଶ୍ଵର ଓ କଳାହାଣ୍ଡି ଜିଲା ସଭାପତିଙ୍କ ନାମ ଘୋଷଣା କରିଛନ୍ତି । ଗତ ନିର୍ବାଚନ ପୂର୍ବରୁ ବିଜେଡ଼ି ଛାଡ଼ି ବିଜେପିରେ ଯୋଗ ଦେଇଥିବା ବାବୁ ସିଂହଙ୍କୁ ଭୁବନେଶ୍ଵର ଜିଲା ସଭାପତି ଭାବରେ ନିଯୁକ୍ତି ଦିଆଯାଇଛି । ସେହିପରି କଳାହାଣ୍ଡି ଜିଲା ବିଜେପି ସଭାପତି ରୂପେ ଦେବେନ୍ଦ୍ର ମହାନ୍ତିଙ୍କ ନାମ ଘୋଷଣା କରାଯାଇଛି । ରାଜ୍ୟ ମୁଖପାତ୍ର ଗୋଲୋକ ମହାପାତ୍ର ଏକ ପ୍ରେସ ବିବୃତିରେ ଏହି ସୂଚନା ଦେଇଛନ୍ତି ।

ମାତ୍ର ଏହି ଘୋଷଣା ଆରମ୍ଭ ହେଉହେଉ ବିଜେପିରେ ଆରମ୍ଭ ହୋଇଛି ବିଦ୍ରୋହ । ଗତ ନିର୍ବାଚନରେ ଭୁବନେଶ୍ଵର କେନ୍ଦ୍ର ଆସନରୁ ଦଳର ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଅସନ୍ତୋଷ ପ୍ରକାଶ କରିଛନ୍ତି ।  ଜଗନ୍ନାଥ ପ୍ରଧାନ ନିଜ ଫେସବୁକ ଆକାଉଣ୍ଟରେ ଏକ ପୋଷ୍ଟରେ୍ ‘ମୁଁ ବର୍ତ୍ତମାନ ବିଜେପିରୁ ଇସ୍ତଫା ଦେବା ପାଇଁ ମନସ୍ଥ କଲି’ ବୋଲି ଏକ ପୋଷ୍ଟ କରିବା ପରେ କିଛି ମିନିଟ୍ ପରେ ଏହାକୁ ପୁଣି ଡ଼ିଲିଟ୍ କରି ଦେଇଥିବା ଦେଖିବାକୁ ମିଳିଛି । ତେବେ ଏହାର କିଛି ସମୟ ପରେ ସେ ବିଜେପିରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି ।

 

Comments are closed.