ବାପା ହେଲେ ବାବୁସାନ୍‍

ଭୁବନେଶ୍ୱର: ବାପା ହେଲେ ବାବୁସାନ୍‍। ମଙ୍ଗଳବାର ସନ୍ଧ୍ୟାରେ ତାଙ୍କ ଧର୍ମପତ୍ନୀ ତୃପ୍ତି ପଟିଆସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ବର୍ତ୍ତମାନ ଉଭୟ ମାଆ ଓ ଶିଶୁ ସୁସ୍ଥ ଅଛନ୍ତି। ଏହି ଖବର ଜଣାପଡ଼ିବା ପରେ ଓଲିଉଡ଼ର ଚକୋଲେଟ୍‍ ବୟ ଭାବେ ପରିଚିତ ବାବୁସାନ୍‍ ମହାନ୍ତିଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି। ଏହାସହିତ ଜେଜେ ଓ ଜେଜେମା ହୋଇଥିବାରୁ ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ଓ ଅଭିନେତ୍ରୀ ଅପରାଜିତା ପ୍ରିୟଦର୍ଶିନୀଙ୍କୁ ପ୍ରଶଂସକମାନେ ଅଭିନନ୍ଦନ ଜଣାଇଛନ୍ତି।

 

Comments
Loading...