ରଗଡ଼ିପଡ଼ାରେ ପୋଖରୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ

ବଡ଼ମ୍ବା: ବଡ଼ମ୍ବା ଥାନା ଅନ୍ତର୍ଗତ ରଗଡ଼ିପଡ଼ା ଗ୍ରାମରେ ପୋଖରୀରେ ବୁଡ଼ିଯାଇ ଜଣେ ଯୁବକଙ୍କ ଅକାଳ ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ ରଗଡ଼ିପଡ଼ା ଗୋଖାସାହିର ସଦାନନ୍ଦ ମଳିକଙ୍କ ପୁତ୍ର ବିନୋଦ ମଳିକ(୩୨)। ଘଟଣାରୁ ପ୍ରକାଶ ସୋମବାର ସକାଳ ପ୍ରାୟ ସାଢେ ୯ଟା ସମୟରେ ସଂପୃକ୍ତ ଯୁବକ ଗ୍ରାମର ମହନୀ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ତେବେ ଗ୍ରାମବାସୀଙ୍କ କହିବା କଥା ହୁଏତ ଅସାବଧାନତା ବସତଃ ଗୋଡ଼ ଖସିଯାଇ ଯୁବକ ଜଣଙ୍କ ପୋଖରୀର ଗଭୀର ଜଳରେ ବୁଡ଼ି ଯାଇଥିବା ଜଣାଯାଇଛି। ଏହି ଦୁର୍ଘଟଣା ସମ୍ପର୍କରେ ଜାଣିବାରେ ସ୍ଥାନୀୟ ପୁଲିସକୁ ଘଟଣାରେ ସମ୍ପର୍କରେ ଖବର ଦିଆଯାଇଥିଲା। ସମ୍ପୃକ୍ତ ଯୁବକଙ୍କ ମୃତଦେହକୁ ଉଦ୍ଧାର କରାଯାଇ ବ୍ୟବଛେଦ ଲାଗି ବଡ଼ମ୍ବା ଡାକ୍ତରଖାନା ଅଣାଯାଇଥିଲା। ଖବରପାଇ ଜିଲା ପରିଷଦ ସଦସ୍ୟ ରବୀନ୍ଦ୍ରକୁମାର ସାହୁ ,ସରକାରୀ ଓକିଲ ତଥା ମୃତକଙ୍କ ଗ୍ରାମବାସୀ ପ୍ରଶନ୍ନକୁମାର ମଲ୍ଲିକ ପ୍ରମୁଖ ବଡ଼ମ୍ବା ଡାକ୍ତରଖାନାରେ ପହଞ୍ଚି ଶୋକସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇବାସହ ମୃତଦେହ ବ୍ୟବଛେଦ ଏବଂ ସଂସ୍କାରନେଇ ସହଯୋଗ କରିଥିଲେ। ଘଟଣାକୁ ନେଇ ଗ୍ରାମରେ ଶୋକ ପ୍ରକାଶ ପାଇଥିବା ବେଳେ ଏହି ଦୁର୍ଘଟଣାକୁ ନେଇ ବିଧାୟକ ଦେବୀପ୍ରସାଦ ମିଶ୍ର ଗଭୀର ଶୋକପ୍ରକାଶ କରିଛନ୍ତି। ବ୍ୟବଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର ସହିତ ଗ୍ରାମରେ ଅନ୍ତିମ ସଂସ୍କାର କରାଯାଇଛି। ପୁଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ତେବେ ମୃତକଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

Comments are closed.