କୋହଲିଙ୍କ ନିକଟତର ବାବର ଆଜାମ : ମିସବା

ଇସଲାମାବାଦ୍ : ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ପ୍ରଶିକ୍ଷକ ତଥା ମୁଖ୍ୟ ଚୟନକର୍ତ୍ତା ମିସବାହ-ଉଲ-ହକ ବିଶ୍ଵାସ କରନ୍ତି ଯେ ବାବର ଆଜାମ ବିଶ୍ୱ ସ୍ତରୀୟ ବ୍ୟାଟ୍ସମ୍ୟାନ୍ ହେବା ନିଶ୍ଚିତ ଏବଂ ସେ ଧିରେ ଧିରେ ଭାରତୀୟ ଅଧିନାୟକ ବିରାଟ କୋହଲି ଏବଂ ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥଙ୍କ ଅତି ନିକଟତର ହେଉଛନ୍ତି।
ମିସବା ୟୁଟ୍ୟୁବ୍ ଚ୍ୟାନେଲ କ୍ରିକେଟ୍ ବାଗେକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ଯେ, ମୁଁ ତୁଳନାକୁ ପସନ୍ଦ କରେ ନାହିଁ କିନ୍ତୁ ବାବର ବିରାଟ କୋହଲି, ଷ୍ଟିଭ୍ ସ୍ମିଥ୍ କିମ୍ବା ଜୋ ରୁଟ୍ ଭଳି ବ୍ୟାଟ୍ସମ୍ୟାନ୍ ହେବାକୁ ଅତି ନିକଟତର ହେଉଛନ୍ତି।
ସେ କହିଛନ୍ତି ଯେ, ବାବାର ଆଜାମ ତାଙ୍କ କାର୍ଯ୍ୟ ପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦେଲେ ଏବଂ ତାଙ୍କ ଦକ୍ଷତା, ଫିଟନେସ୍ ଏବଂ କ୍ରୀଡା ଉପରେ କଠିନ ପରିଶ୍ରମ କରିଲେ ଯାଇ କୋହଲିଙ୍କ ପରି କ୍ରିକେଟର ହୋଇପାରିବେ ବୋଲି ମିସବା କହିଛନ୍ତି। ୨୫ ବର୍ଷୀୟ ବାବର ଗତ ବର୍ଷ ଅକ୍ଟୋବରରେ ଅଷ୍ଟ୍ରେଲିଆ ସିରିଜ ପୂର୍ବରୁ ପାକିସ୍ତାନ ଟି -୨୦ ଦଳର ଅଧିନାୟକ ଭାବେ ନିଯୁକ୍ତ ହୋଇଥିଲେ।
ମିସବା କହିଛନ୍ତି, ’ଆମେ ତାଙ୍କୁ ଏକ ପରୀକ୍ଷଣ ଭାବରେ ଟି -୨୦ ଅଧିନାୟକ କରିଛୁ। ସେ କିପରି ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରୁଛନ୍ତି ଆମେ ତାହା ଦେଖିବାକୁ ଚାହୁଁଛୁ।

Comments are closed.