ସୁଶାନ୍ତଙ୍କ ଆତ୍ମାର ଶାନ୍ତି ପାଇଁ ଯଜ୍ଞ କଲେ ବାବା ରାମଦେବ

ମୁମ୍ବଇ: ବଲିଉଡ଼ ଅଭିନେତା ସ୍ୱର୍ଗତଃ ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମାର ଶାନ୍ତି ପାଇଁ ଯଜ୍ଞ କରିଛନ୍ତି ଯୋଗଗୁରୁ ବାବା ରାମଦେବ। ଯାହାର ଭିଡିଓ ଆଜି ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଛି। ସ୍ୱାଧୀନତା ଦିବସ ଅବସରରେ ରାମଦେବ ନିଜେ ଯଜ୍ଞର ଭିଡିଓ ଶେୟାର କରିଛନ୍ତି।

ଭିଡିଓ ଶେୟାର କରିବା ସହିତ ସେ ଲେଖିଛନ୍ତି, “ମୁଁ ସୁଶାନ୍ତଙ୍କ ପରିବାର ଲୋକଙ୍କ ସହ କଥା ହୋଇଛି। ତାଙ୍କ ଦୁଃଖ ଶୁଣି ମୋ ରୁମ ଶିତେଇ ଉଠିଲା। ପତଞ୍ଜଳିରେ ଆମେ ସବୁ ସେହି ଅମର ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରୁଛୁ। ସୁଶାନ୍ତ ସିଂହ ରାଜପୁତ ଓ ତାଙ୍କ ପରିବାରକୁ ନ୍ୟାୟ ମିଳୁ”।

Comments are closed.