ଶ୍ରାବଣ ମାସର ସୋମବାର: ବାବା ଆଖଣ୍ଡଳମଣିଙ୍କୁ ଜଳଲାଗି କଲେ ୨୦ହଜାର କାଉଡିଆ

0

ଆରଡି: ପବିତ୍ର ଶ୍ରାବଣମାସରେ ମହାଦେବ ବାବା ଆଖଣ୍ଡଳମଣିଙ୍କୁ ଜଳଲାଗି ନିମନ୍ତେ ରାଜ୍ୟ ଓ ରାଜ୍ୟ ବାହାରୁ ୨୦ହଜାର କାଉଡିଆଭକ୍ତଙ୍କ ସମାଗମ ହୋଇଛି । ହଜାର-ହଜାର କାଉଡିଆଭକ୍ତମାନଙ୍କ ଭିଡକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଦୈନଦିନ ନୀତିକାନ୍ତିର ସାମନ୍ୟ ପରିବର୍ତ୍ତନ କରାଯାଇ ଭୋର ୪ଟାରେ ପହଡ ଫିଟିବା ପରେ ମଙ୍ଗଳଆଳତୀ, ମହାସ୍ନାନ, ଘର୍ଷଣଲାଗି, ବାଲ୍ୟଭୋଗ ଲାଗି ସରିବା ପରେ ଆଗନ୍ତୁକ କାଉଡିଆଙ୍କ ଜଳଲାଗି ନିମନ୍ତେ ସାହଣମେଲା କରାଯାଇଛି। ତାହାସହ ପୁଲିସ ପ୍ରଶାସନ ପକ୍ଷରୁ ମନ୍ଦିର ଭିତରେ ଓ ବାହାରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। କାଉଡିଆମାନେ ଜଳଲାଗି ପାଇଁ ରବିବାର ମଧ୍ୟ ରାତ୍ରରୁ ସ୍ୱତନ୍ତ୍ର ବ୍ୟାରିକେଡ ଦ୍ୱାରା ମନ୍ଦିର ମଧ୍ୟକୁ ଯାଇ ମହାଦେବଙ୍କ ମସ୍ତକରେ ଜଳଲାଗି କରିବା ସହିତ ପୂଜାର୍ଚ୍ଚନା କରିଛନ୍ତି।କାଉଡିଆମାନଙ୍କ ଗମନାଗମନ ନିମନ୍ତେ ନଦୀଘାଟରେ ପାରି ହୋଇ ଆସୁଥିବା ୩ଟି ନଦୀଘାଟରେ ଓଡ୍ରାଫ୍ ଟିମ ମୃତୟନ କରାଯାଇଛି। ଏହା ସହ ଅଗ୍ନିଶମ ବିଭାଗ ମଧ୍ୟ ସଜାଗ ରହିଛନ୍ତି। ନଦୀଘାଟର ଉଭୟ ପାଶ୍ୱର୍ରେ ବ୍ୟାପକ ପୁଲିସ ମୃତୟନ ସହ ଅଧିକ ସଂଖ୍ୟକ ମଟର ଚାଳିତ ବୋଟ ନିୟୋଜିତ କରାଯାଇଛି। ଏପଟେ ସ୍ଥଳପଥରେ ଆବଶ୍ୟକୀୟ ଅନୁଯାୟୀ ବସ ନ ଥିବାରୁ ହଜାର-ହଜାର କାଉଡିଆ ବସ ଛାତ ଉପରେ ଓହଳି ଯାଉଥିବାର ଦେଖିବାକୁ ମିଳିଥିଲା। ଏପରି ବସ ଛାତ ଉପରେ କାଉଡିଆମାନେ ଓହଳି ଯିବା ଫଳରେ ସୋମବାର ଭୋର ସମୟ ଠାରୁ ଅପରାହ୍ଣ ପର୍ୟ୍ୟନ୍ତ ବିଦ୍ୟୁତ କାଟ କରାଯିବା ଦ୍ୱାରା ପୀଠରେ ପାନୀୟଜଳ କୃତ୍ରିମ ଅଭାବ ଦେଖା ଦେବା ସହ ମନ୍ଦିର ପରିସର ସମ୍ପୁର୍ଣ୍ଣ ଅନ୍ଧକାରମୟ ରହିଥିଲା। ଯାହାଫଳରେ ଆଗନ୍ତୁକ ଭକ୍ତମାନେ ମଣିବାବାଙ୍କ ଦର୍ଶନ ଠିକ ଭାବେ କରିପାରିନଥିଲେ।

Leave A Reply