୧୪ରୁ ଆଖଣ୍ଡଳମଣିଙ୍କ ଶୀତଳ ଉପଚାର ନୀତି : ପୂର୍ବପରି ଜାରି ରହିବ ଭକ୍ତଙ୍କ ଦର୍ଶନ

ଆରଡି :  ବାବା ଆଖଣ୍ଡଳମଣିଙ୍କ ପବିତ୍ର ଶୀତଳ ଉପଚାର ନୀତି ଆସନ୍ତା ୧୪ ଅର୍ଥାତ ପଣା ସଂକ୍ରାନ୍ତିଠାରୁ ଏକ ମାସବ୍ୟାପି ଅନୁଷ୍ଠିତ ହେବ। ହେଲେ ମହାମାରୀ କରୋନା ପାଇଁ ମନ୍ଦିରରେ କୋଭିଡ କଟକଣା ବଳବତ୍ତର ରହିଥିବାରୁ ପୂର୍ବବର୍ଷ ପରି ଚଳିତବର୍ଷ ଗୋପାଳ ଭକ୍ତ ଜଳଲାଗି ବନ୍ଦ ରହିବ ବୋଲି ମନ୍ଦିର ପରିଚାଳକ ବିଦ୍ୟାଧର ପଲାଇ ପ୍ରକାଶ କରିଛନ୍ତି। ହେଲେ ମନ୍ଦିରର ନୀତିକାନ୍ତି ସହ ସମସ୍ତ ସେବାପୂଜା ପରମ୍ପରା ଅନୁଯାୟୀ ସେବାୟତମାନଙ୍କ ଦ୍ୱାରା ସମ୍ପନ୍ନ କରାଯିବ। ସେହିପରି କୋଭିଡ ନିୟମ ଅନୁଯାୟୀ ପୂର୍ବପରି ଆଗନ୍ତୁ ଶ୍ରଦ୍ଧାଳୁଭକ୍ତମାନେ ମାକ୍ସ ପିନ୍ଧି ମନ୍ଦିର ମଧ୍ୟକୁ ଯାଇ ମଣିବାବାଙ୍କୁ ଦର୍ଶନ କରିପାରିବେ ବୋଲି ଶ୍ରୀ ପଲାଇ ପ୍ରକାଶ କରିଛନ୍ତି। ମନ୍ଦିରର ପରମ୍ପରା ଅନୁଯାୟୀ ଗ୍ରୀଷ୍ମଋତୁରେ ରୁଦ୍ରତାପରୁ ଉପଶମ ପାଇଁ ମଣିବାବାଙ୍କୁ ଗୋପାଳ ସମ୍ପ୍ରଦାୟର ଭକ୍ତମାନେ ବିଭିନ୍ନ ନଦୀରୁ ଜଳଭାର ଆଣି ମଣିବାବାଙ୍କୁ ସେବାୟତମାନଙ୍କ ଦ୍ୱାରା ଲାଗି କରିଥାନ୍ତି। ତାହାସହ ମଣିବାବାଙ୍କ ବିଗ୍ରହକୁ ଏହି ବୈଶାଖ ମାସରେ ସୁବାସିତ ଜଳରେ ସ୍ନାନ କରାଯିବା ସହ ଜଳଛାୟା କରାଯାଇଥାଏ।

Comments are closed.