ରିଲିଜ ହେଲା “ବାଗି-୩”ର ଟ୍ରେଲର

ମୁମ୍ବଇ : ଟାଇଗର୍ ଶ୍ରଫ୍ ଅଭିନୀତ ଚଳଚ୍ଚିତ୍ର “ବାଗି-୩”ର ଟ୍ରେଲର ଗୁରୁବାର ରିଲିଜ ହୋଇଛି। ଏଥିରେ ଟାଇଗରଙ୍କର ଷ୍ଟଣ୍ଟ ସାଙ୍ଗକୁ ଜବରଦସ୍ତ ଆକ୍ସନ ଦେଖିବାକୁ ମିଳିଛି। କିଛି ଦର୍ଶକ ଏହାକୁ ଖୁବ୍ ପସନ୍ଦ କରିଥିଲା ବେଳେ କିଛି ଏହା ଅନ୍ୟ ସିନେମାରୁ କପି ହୋଇଥିବା କହିଛନ୍ତି। ଟ୍ରେଲରରେ ଦେଖାଯାଇଥିବା କିଛି ଦୃଶ୍ୟ ସଲମାନ ଖାନଙ୍କ ଟାଇଗର ଜିନ୍ଦା ହୈ ଏବଂ ହଲିଉଡ ଚଳଚ୍ଚିତ୍ର ବଣ୍ଡନ ବୁମନ ଚଳଚ୍ଚିତ୍ରରୁ କପି ହୋଇଥିବା ଦର୍ଶାଇଛନ୍ତି।
“ବାଗି-୩” ହେଉଛି ବ୍ଲକବଷଷ୍ଟର ସିନେମା “ବାଗି”ର ତୃତୀୟ ଭାଗ। ଅହମଦ ଖାନଙ୍କ ନିର୍ଦେଶନାରେ ଚଳଚ୍ଚିତ୍ରଟି ନିର୍ମାଣ କରାଯାଇଛି। ଏଥିରେ ଟାଇଗର ଶ୍ରଫଙ୍କ ବିପକ୍ଷରେ ନାୟିକା ଭାବେ ନଜର ଆସିଛନ୍ତି ବାଗି-୧ର ନାୟିକା ଶ୍ରଦ୍ଧା କପୁର। ତେବେ ନୂଆ ମୁହଁ ଭାବେ ରିତେଶ ଦେଖମୁଖଙ୍କୁ ଦେଖିବାକୁ ମିଳିଛି। ରିତେଶ ଏଇ ଚଳଚ୍ଚିତ୍ରରେ ଟାଇଗର୍‌ଙ୍କ ବଡ଼ ଭାଇ ଭୂମିକାରେ ନଜର ଆସିଛନ୍ତି।

Comments are closed.