ପରଦାରେ ‘ବାଗୀ-୩’: ଟାଇଗରଙ୍କ କ୍ୟାରିୟରର ସବୁଠୁ ବଡ଼ ରିଲିଜ୍‍

ମୁମ୍ବଇ: ଟାଇଗର ଶ୍ରଫ୍‍ ଓ ଶ୍ରଦ୍ଧା କପୁରଙ୍କ ଅଭିନୀତ ଚଳଚ୍ଚିତ୍ର ‘ବାଗୀ-୩’ ଶୁକ୍ରବାର ପରଦାକୁ ଆସିଛି। ‘ବାଗୀ’ ସିରିଜ୍‍ର ଏହା ତୃତୀୟ ଚଳଚ୍ଚିତ୍ର। ବକ୍ସ ଅଫିସରେ ଏହାକୁ ହିଟ୍‍ କରିବା ପାଇଁ ନିର୍ମାତା ଯଥାସମ୍ଭବ ଚେଷ୍ଟା ଚଳାଇଛନ୍ତି। ଚଳଚ୍ଚିତ୍ରକୁ ଅନେକ ପରଦାରେ ମୁକ୍ତିଲାଭ କରାଯାଇଛି। ଟାଇଗରଙ୍କ କ୍ୟାରିୟରରେ ଏହା ହେଉଛି ସର୍ବାଧିକ ପରଦାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର।

ଟ୍ରେଡ଼୍‍ ଆନାଲିଷ୍ଟ ତରଣ ଆଦର୍ଶ ଚଳଚ୍ଚିତ୍ରର ମୁକ୍ତିଲାଭ ସମ୍ବନ୍ଧୀୟ ସୂଚନା ପ୍ରଦାନ କରିଛନ୍ତି। ତାଙ୍କ କହିବାନୁସାରେ, ଚଳଚ୍ଚିତ୍ରକୁ କେବଳ ଭାରତରେ ୪୪୦୦ ପରଦାରେ ରିଲିଜ୍‍ କରାଯାଇଛି। ସେହିପରି ବିଦେଶରେ ଏହାକୁ ପ୍ରାୟ ୧୧୦୦ ପରଦା ମିଳିଛି। ଏହି ପରିପ୍ରେକ୍ଷୀରେ ଚଳଚ୍ଚିତ୍ରକୁ ମୋଟ୍‍ ୫୫୦୦ ପରଦାରେ ମୁକ୍ତିଲାଭ କରାଯାଇଛି।

ଏହା ଏକ ଆକ୍ସନ-ଥ୍ରୀଲର ଭିତ୍ତିକ ଚଳଚ୍ଚିତ୍ର। ଏହାକୁୁ ଦର୍ଶକ ଓ ସମୀକ୍ଷକଙ୍କ ମିଶ୍ର ପ୍ରତିକ୍ରିୟା ମିଳିଛି। ଏଥିରେ ଟାଇଗର ଓ ଶ୍ରଦ୍ଧାଙ୍କ ବ୍ୟତୀତ ରିତେଶ ଦେଶମୁଖ ଓ ଅଙ୍କିତା ଲୋଖଣ୍ଡେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି।

Comments are closed.