ସାମ୍ନାକୁ ଆସିଲା ‘ବାଗୀ-୩’ର ପ୍ରଥମ ପୋଷ୍ଟର: ଜାଣନ୍ତୁ, କେ​‌ବେ ଆସିବ ଟ୍ରେଲର

ମୁମ୍ବଇ: ବଲିଉଡ଼ ଅଭିନେତା ଟାଇଗର ଶ୍ରଫଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ବାଗୀ-୩’ର ପ୍ରଥମ ପୋଷ୍ଟର ସୋମବାର ସାମ୍ନାକୁ ଆସିଛି। ପୋଷ୍ଟରରେ ଟାଇଗର କୌଣସି ଏକ ଯୁଦ୍ଧ ମୈଦାନରେ ଠିଆ ହୋଇଥିବା ଦେଖିବାକୁ ମିଳିଛି। ଟାଇଗର ନିଜେ ସାମାଜିକ ଗଣମାଧ୍ୟମରେ ଏହି ପୋଷ୍ଟର ଶେୟାର କରି ଏହାର ଟ୍ରେଲର ରିଲିଜ୍‍ ତାରିଖ ବିଷୟରେ ସୂଚନା ଦେଇଛନ୍ତି। ଚଳଚ୍ଚିତ୍ରର ଏହି ପ୍ରଥମ ପୋଷ୍ଟର ଖୁବ୍‍ ଭାଇରାଲ ହେଉଛି। ଏହାର ଟ୍ରେଲର ଫେବୃଆରୀ ୬ ତାରିଖରେ ରିଲିଜ୍‍ ହେବ।

ସୂଚନାଯୋଗ୍ୟ, ‘ବାଗୀ-୩’ରେ ଟାଇଗରଙ୍କ ବିପକ୍ଷରେ ଶ୍ରଦ୍ଧା କପୁରଙ୍କୁ ନାୟିକା ଭାବେ ଦେଖିବାକୁ ମିଳିବ। ଏମାନଙ୍କ ବ୍ୟତୀତ ରିତେଶ ଦେଶମୁଖ, ବିଜୟ ଶର୍ମା, ଅଙ୍କିତା ଲୋଖଣ୍ଡେ ଓ ଜ୍ୟାକି ଶ୍ରଫ୍‍ ପ୍ରମୁଖ ଚଳଚ୍ଚିତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ଅହମଦ ଖାନଙ୍କ ନିର୍ଦ୍ଦେଶିତ ଏହି ଆକ୍ସନ-ଥ୍ରୀଲର ଚଳଚ୍ଚିତ୍ର ୬ ମାର୍ଚ୍ଚରେ ମୁକ୍ତିଲାଭ କରିବ।

Comments are closed.