ଗାନ୍ଧୀ ଜୟନ୍ତୀ ଅବସରରେ ବି.ମାଳିଗୁଡ଼ାକୁ ‘ଲୋକ କଳା ଗ୍ରାମ’ ଘୋଷଣା

ନବରଙ୍ଗପୁର : ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ବି.ମାଳିଗୁଡ଼ା ଗ୍ରାମରେ ବୁଧବାର ଓଡ଼ିଶା ଭାଷା ସାହିତ୍ୟ ,ସଂସ୍କୃତି ଓ ଜିଲା ପ୍ରଶାସନର ମିଳିତ ଆନୁକୁଲ୍ୟରେ ଗାନ୍ଧିଜୀଙ୍କ ୧୫୦ ଜୟନ୍ତୀ ପାଳନ କରାଯାଇଛି । ରାଜ୍ୟ ସରକାର ଓ ଜିଲାପ୍ରଶାସନ ପକ୍ଷରୁ ଆଜି ମାଳିଗୁଡ଼ାକୁ  ‘ଲୋକ କଳା ଗ୍ରାମ’ ଭାବେ ଘୋଷଣା କରାଯାଇଛି । ସ୍ଥାନୀୟ କଳା ଓ ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ  ଏହି ପଦକ୍ଷେପ ନିଆଯାଇଛି । ଗାନ୍ଧୀ ଜୟନ୍ତୀ ଓ ଲୋକକଳା ଉତ୍ସବକୁ ଜିଲାପାଳ ଡ.ଅଜିତ କୁମାର ମିଶ୍ର ଅଧକ୍ଷତା କରିଥିଲେ ।  ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ସଦାଶିବ ପ୍ରଧାନୀ, ଡାବୁ୍ଙ୍ଗା  ବିଧାୟକ ମନହୋର ରନ୍ଧାରୀ ଓ ଝରିଙ୍ଗା ବିଧାୟକ ପ୍ରତାପ ଚନ୍ଦ୍ର ମାଝୀ , ଜିଲା ପରିଷଦ ଅଧକ୍ଷା ଭଗବତୀ ଭତ୍ରା ଏବଂ ନବରଙ୍ଗପୁର ଏସପି ନିତିନ କୁଶଲକର ପ୍ରମୁଖ ଯୋଗଦେଇଥିଲେ ।

Comments are closed.