କରୋନା ଭୂତାଣୁ ସଂକ୍ରମଣ ପ୍ରଭାବ : ଏପ୍ରିଲରୁ ସେପ୍ଟେମ୍ବରକୁ ଘୁଞ୍ଚିଲା ଆଜଲାନ ଶାହା କପ୍‍ ହକି

ମାଲେସିଆ : ନୋବେଲ କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ଆଜଲାନ ଶାହା କପ୍‍ ହକି ଟୁର୍ଣ୍ଣାମେଣ୍ଟକୁ ଏପ୍ରିଲରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଏହି ଆମନ୍ତ୍ରଣୀୟ ଆନ୍ତର୍ଜାତୀୟ ବାର୍ଷିକ ପୁରୁଷ ହକି ଟୁର୍ଣ୍ଣାମେଣ୍ଟ ମାଲେସିଆର ଇଫୋଠାରେ ଆସନ୍ତା ଏପ୍ରିଲ ୧୧ରୁ ୧୮ ପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବାର ଥିଲା।
ତେବେ ଆୟୋଜକମାନେ କହିଛନ୍ତି ଯେ କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ଅନେକ ଦେଶ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବାକୁ ଆଗ୍ରହ ପ୍ରକାଶ କରୁ ନାହାନ୍ତି। ତେଣୁ ଏହା ସେପ୍ଟେମ୍ବର ୨୪ରୁ ଅକ୍ଟୋବର ୩ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଭାରତ ଏହି ପ୍ରତିଯୋଗିତାର ଏକ ନିୟମିତ ଅଂଶଗ୍ରହଣକାରୀ ହୋଇଥିଲେ ମଧ୍ୟ ଚଳିତବର୍ଷ ଅଂଶଗ୍ରହଣ କରିବାକୁ ସହମତି ପ୍ରକାଶ କରୁନାହିଁ।

Comments are closed.