ଜନରାଜ୍ୟ ଦିବସ ପ୍ୟାରେଡରେ ସାମିଲ ହେବେ ଆଜାଦ ହିନ୍ଦ ଫୌଜର ୪ ସୈନ୍ୟ

0

ନୂଆଦିଲ୍ଲୀ : ଭାରତର ସ୍ୱାଧୀନତା ସଂଗ୍ରାମରେ ଗୁରୁତ୍ୱପୁର୍ଣ୍ଣ ଭୂମିକା ନିର୍ବାହ କରିଥିବା ଆଜାଦ ହିନ୍ଦ ଫୌଜର ସୈନିକ ମାନେ ୭୦ ବର୍ଷର ସ୍ୱାଧୀନତା ପରେ ପ୍ୟାରେଡ କରିବାକୁ ସୁଯୋଗ ମିଳିଛି। ଆଜାଦ ହିନ୍ଦ ଫୌଜର ଚାରି ଜଣ ସୈନିକକୁ ସେନା ସହ ପ୍ୟାରେଡ କରିବାକୁ ଅନୁମତି ମିଳିଛି। ସେନାର ମେଜର ଜେନରାଲ ରାଜପାଲ ପୁନିଆ ଏହି ସୂଚନା ଦେଇଛନ୍ତି। ଆଜାଦ ହିନ୍ଦ ଫୌଜର ଏହି ପୂର୍ବ ସୈନିକ ମାନଙ୍କର ନାମ ଚଣ୍ଡିଗଡର ଲାଲତିରାମ(୯୮), ଗୁରୁଗ୍ରାମର ପରମାନନ୍ଦ(୯୯), ହୀରା ସିଂହ(୯୭) ଓ ଭଗମଲ(୯୫)।
ଜନରାଜ୍ୟ ଦିବସ ଉପଲକ୍ଷେ ଆୟୋଜିତ ପ୍ୟାରେଡ ସମାରୋହ ପାଇଁ ବୁଧବାର ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ଆଜାଦ ହିନ୍ଦ ଫୌଜର ଏହି ସୈନିକ ମାନଙ୍କ ପ୍ୟାରେଡରେ ସାମିଲ ଚଳିତ ଜନରାଜ୍ୟ ଦିବସରେ ଇତିହାସ ସୃଷ୍ଟି କରିବା ସହ ସେନା ପାଇଁ ଗର୍ବର ବିଷୟ ବୋଲି ସେ କହିଛନ୍ତି। ସାମ୍ବାଦିକଙ୍କ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ମେଜର ପୁନିଆ କହିଛନ୍ତି ଏହି ସେନାଙ୍କ ବୟସ ୯୫ ରୁ ୧୦୦ ବର୍ଷ ମଧ୍ୟରେ ରହିଛି। ପ୍ୟାରେଡରେ ସାମିଲ ହେବା ପାଇଁ ଆଇଏନଏକୁ ପୂର୍ବରୁ ସୂଚନା ଦିଆଯାଇଥିଲା। ଏହି ସମସ୍ତ ସୈନ୍ୟ ଏକ ଜିପରେ ସଲାମି ମଞ୍ଚ ସମ୍ମୁଖରେ ଯାତ୍ରା କରିବେ।

Leave A Reply