ପରିଶ୍ରମୀ ଆୟୁଷ୍ମାନ୍

ମୁମ୍ବଇ : ଆୟୁଷ୍ମାନ୍ ଖୁରାନା ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ଆର୍ଟିକଲ୍-୧୫’ ଖୁବ୍ ଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି। ଏଇ ଅଭିନେତାଙ୍କ ଏଯାବତ୍ ଅଧିକାଂଶ ଚଳଚ୍ଚିତ୍ର ହିଟ୍ ତାଲିକାଭୁକ୍ତ ରହିଛି। ପ୍ରଶଂସକ ଓ ସମୀକ୍ଷକ ମହଲର ଦୃଢ଼ ଆଶା ଯେ ଏଇ ଚଳଚ୍ଚିତ୍ରଟିର ମଧ୍ୟ କାହାଣୀ ନିଶ୍ଚିତ ଦମ୍୍‌ଦାର୍ ହୋଇଥିବ। ଆୟୁଷ୍ମାନ୍ କହିଛନ୍ତି ପ୍ରଥମଥର ପାଇଁ ସେ ପୁଲିସ୍ ଅଧିକାରୀ ଚରିତ୍ରରେ ଅବତୀର୍ଣ୍ଣ। ଲକ୍ଷ୍ନୌରେ ଚଳଚ୍ଚିତ୍ରର ସୁଟିଂ ଚାଲିଥିବାବେଳେ ସେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅନୁମତି ନେଇ ପୁଲିସ୍ ଅଧିକାରୀଙ୍କ ସହ ନିୟମିତ ଭାବେ ମିଳାମିଶା କରୁଥିଲେ। ତାଙ୍କ ମତରେ ​‌େସ​‌ ପୁଲିସ୍ ଅଧିକାରୀଙ୍କୁ ନକଲ କରିବାକୁ ଚାହୁଁନଥିଲେ। ବରଂ ପରଦା ଉପରେ ଜଣେ ପୁଲିସ୍ ଅଧିକାରୀ ଚରିତ୍ରରେ ଅବତୀର୍ଣ୍ଣ ହୋଇ ଦର୍ଶକଙ୍କୁ ଆତ୍ମସନ୍ତୋଷ ଦେବାକୁ ଚାହୁଁଥିଲେ। ପୁଲିସ୍‌ ଅଧିକାରୀମାନଙ୍କ କାମ କେତେ କଷ୍ଟ, ତାହା ସେ ସେମାନଙ୍କ ମିଶିବା ପରେ ଜାଣିପାରିଥିଲେ। ଦିନରାତି ସବୁସମୟରେ ସେମାନଙ୍କୁ ସତର୍କ ରହିବାକୁ ପଡ଼େ। ଆୟୁଷ୍ମାନ୍‌ଙ୍କ ମତରେ କିଛି ଘଣ୍ଟା ପାଇଁ ପରଦା ଉପରେ ଅଭିନୟ କରିବା ମୋ ପାଇଁ ଚ୍ୟାଲେଞ୍ଜ୍‌ ଥିଲା। ପୁଲିସ୍ ଅଧିକାରୀମାନେ ତାଙ୍କ ଚାକିରି ଜୀବନରେ କେତେ ଚ୍ୟାଲେଞ୍ଜ୍‌ ନେଇଥାନ୍ତି, ତାହା ଆମେ କେହି ଅନୁମାନ ମଧ୍ୟ କରିପାରିବାନି ବୋଲି ସେ କହିଛନ୍ତି।

Comments are closed.