ପତଞ୍ଜଳି କରୋନା ଔଷଧ ଉପରେ ଆୟୂଷ ମନ୍ତ୍ରଣାଳୟର ପ୍ରତିବନ୍ଧକ

ବାବା ରାମଦେବଙ୍କ ସଂସ୍ଥା ପତଞ୍ଜଳି ଆୟୁର୍ବେଦ ପକ୍ଷରୁ ପ୍ରସ୍ତୁତ କରୋନା ଔଷଧ ଉପରେ ପ୍ରତିବନ୍ଧକ ଲଗାଇଛି ଆୟୁଷ ମନ୍ତ୍ରଣାଳୟ । ସଂସ୍ଥାଠାରୁ ଔଷଧ ସମ୍ପର୍କରେ ସମ୍ପୂର୍ଣ୍ଣ ବିବରଣୀ ଲୋଡ଼ିବା ସହ ଏହାର ବିଜ୍ଞାପନ ବନ୍ଦ କରିବାକୁ ଆୟୁଷ ମନ୍ତ୍ରଣାଳୟ ନିର୍ଦେଶ ଦେଇଛି ।

ଯେ ପର୍ଯ୍ୟନ୍ତ ଏହି ଔଷଧର ପରୀକ୍ଷା କେନ୍ଦ୍ରୀୟ ସଂସ୍ଥାଦ୍ବାରା କରା ନ ଯାଇଛି ସେ ପର୍ଯ୍ୟନ୍ତ ଏହାର ବିଜ୍ଞାପନ କରାଯାଇ ପାରିବ ନାହିଁ । ଏହା ସହ ଔଷଧର ମଞ୍ଜୁରୀପତ୍ର ଦାଖଲ ନିମନ୍ତେ ଉତ୍ତରାଖଣ୍ଡ ସରକାରଙ୍କୁ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦେଶ ଦିଆଯାଇଛି । ଆଜି ହରିଦ୍ବାରଠାରେ ବାବା ରାମଦେବ ଓ ପତଞ୍ଜଳି ଆୟୁର୍ବେଦର ମୁଖ୍ୟ ଆଚାର୍ଯ୍ୟ ବାଳକୃଷ୍ଣ କରୋନା ଔଷଧ ଉଦ୍ଭାବନ ଦାବି କରିଥିଲେ । ସାତ ଦିନ ମଧ୍ୟରେ ଏହି ଔଷଧ ଦ୍ବାରା କରୋନା ସମ୍ପୂର୍ଣ୍ଣ ଭଲ ହୋଇ ପାରିବ ବୋଲି ଉଭୟ କହିଥିଲେ ।

Comments are closed.