ମହିଳା ସହକର୍ମୀଙ୍କୁ ଯୌନ ନିର୍ଯାତନା: ଓଏଏସ୍ ଅଧିକାରୀଙ୍କୁ ନିଲମ୍ବନ କଲେ ସରକାର

ଜଣେ ଚୁକ୍ତିଭିତ୍ତିକ କର୍ମଚାରୀ ତଥା କନିଷ୍ଠ ସହଯୋଗୀଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ବରିଷ୍ଠ ଓଏଏସ୍ ଅଧିକାରୀ ତଥା ପୂର୍ବତନ ଆୟୁଷ ନିର୍ଦେଶକ ବିଭୂପ୍ରସାଦ ଷଡ଼ଙ୍ଗୀଙ୍କୁ ନିଲମ୍ବନ କରିଛନ୍ତି ସରକାର । ଏ ସମ୍ପର୍କରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଶ୍ରୀଷଡ଼ଙ୍ଗୀ ତାଙ୍କର ଜଣେ କନିଷ୍ଠ ସହଯୋଗୀଙ୍କୁ ଅଶାଳୀନ ଆଚରଣ କରିବା ଓ ଯୌନ ନିର୍ଯାତନା ଦେବା ନେଇ ଭୁବନେଶ୍ବର ମହିଳା ଥାନାରେ ଅଭିଯୋଗ ହୋଇଥିଲା । ପୀଡ଼ିତାଙ୍କୁ  ଶ୍ରୀ ଷଡ଼ଙ୍ଗୀ ଫୋନରେ କରିଥିବା କଥାବାର୍ତାର ଅଡ଼ିଓକୁ ପୁଲିସ ଗ୍ରହଣ କରିବା ସହ ତାଙ୍କୁ ଗତ ୯ ତାରିଖରେ ଗିରଫ କରିଥିଲା । ପରେ ତାଙ୍କୁ ଭୁବନେଶ୍ବର ସେସନ ଜଜ୍ ୨ ଜଣ ଜାମିନଦାର ଓ ୧୦ ହଜାର ଟଙ୍କା ଜମା ପରେ ଜାମିନ ପ୍ରଦାନ କରିଥିଲେ । ମାତ୍ର ସରକାର ଏହାକୁ ଗୁରୁତ୍ବର ସହ ଗ୍ରହଣ କରି ତାଙ୍କୁ ଦାୟିତ୍ବରୁ ନିଲମ୍ବିତ କରିଛନ୍ତି ।

Comments are closed.