ସୁପ୍ରିମକୋର୍ଟଙ୍କ ରାୟରେ ଅସନ୍ତୁଷ୍ଟ ଓୱେସି : କହିଲେ ଆମ ଅଧିକାର ଲଢେଇ ଆମେ ଲଢୁଛୁ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ଶନିବାର ବହୁ ପ୍ରତୀକ୍ଷିତ ଅଯୋଧ୍ୟା ବିବାଦ ମାମଲାର ରାୟ ପ୍ରକାଶ କରିଛନ୍ତି। ବିବାଦୀୟ ସ୍ଥଳକୁ ହିନ୍ଦୁମାନଙ୍କୁ ଦେବା ସହିତ ମୁସଲିମଙ୍କୁ ଅନ୍ୟତ୍ର ଜାଗା ପ୍ରଦାନ ପାଇଁ କୋର୍ଟ କେନ୍ଦ୍ର ଏବଂ ଉତ୍ତର ପ୍ରଦେଶ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ତେବେ ଏହି ରାୟରେ ଏଆଇଏମଆଇଏମ୍ ନେତା ଅସଉଦ୍ଦିନ ଓୱେସି ଅସନ୍ତୋଷ ପ୍ରକାଶ କରିଛନ୍ତି।
ସେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ମୁଁ ସୁପ୍ରିମକୋର୍ଟଙ୍କ ଏହି ରାୟରେ ସନ୍ତୁଷ୍ଟ ନାହିଁ। ଏଥିରେ ଆମର ଅଧିକାର ରହିଛି। ଆମେ ଆମର ଅଧିକାରର ଲଢେଇ ଲଢୁଛୁ। ସେ କହିଛନ୍ତି, ସୁପ୍ରିମ୍‌କୋର୍ଟ ‘ସର୍ବୋଚ୍ଚ’ ନିଶ୍ଚୟ, କିନ୍ତୁ ‘ତ୍ରୁଟିଶୂନ୍ୟ’ ନୁହନ୍ତି। ଆମକୁ ଦାନ ଆକାରରେ ଦିଆଯାଉଥିବା ୫ଏକର ଜମିର କୌଣସି ଆବଶ୍ୟକତା ନାହିଁ।

Comments are closed.