ବାବ୍ରି ମସଜିଦ ଭଙ୍ଗ ମାମଲା : ସିବିଆଇ ସ୍ୱତନ୍ତ୍ର କୋର୍ଟରେ ହାଜର ହେଲେ ସାଧ୍ବୀ ଋତମ୍ଭରା

କହିଲେ ବାବ୍ରି ମସଜିଦ ଭଙ୍ଗ ମାମଲାରେ ସେ ଦୋଷୀ ନୁହଁନ୍ତି

ଲକ୍ଷ୍ନୌ : ବାବ୍ରି ମସଜିଦ ଭାଙ୍ଗ ମାମଲାରେ ସାଧ୍ବୀ ଋତମ୍ଭରା ଦୋଷୀ ନୁହନ୍ତି ବୋଲି ସେ ସିବିଆଇ ସ୍ୱତନ୍ତ୍ର କୋର୍ଟରେ କହିଛନ୍ତି। ରାମ ମନ୍ଦିର ଆନ୍ଦୋଳନର ଜଣେ ବରିଷ୍ଠ ନେତ୍ରୀ ସାଧ୍ବୀ ଋତମ୍ଭରା ସୋମବାର ଦାବି କରିଛନ୍ତି ଯେ, ବାବ୍ରି ମସଜିଦ ଭଙ୍ଗ  ମାମଲାରେ ସେ ଦୋଷୀ ନୁହଁନ୍ତି। ଏଠାରେ ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟରେ ହାଜର ହେବାପରେ ସାଧ୍ବୀ ଋତମ୍ଭରା କହିଛନ୍ତି ଯେ, ସେତେବେଳେ ଏକ ଜାତୀୟ ଆନ୍ଦୋଳନ ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ଏବଂ ଲୋକମାନେ ନିଜକୁ ‘ମାନସିକ ଦାସତ୍ୱ’ ରୁ ମୁକ୍ତ କରିବାକୁ ଚାହୁଁଥିଲେ ଯାହା ଦ୍ବାରା ମସଜିଦ ଭାଙ୍ଗି ଯାଇଥିଲା।
ପରେ ସେ ସାମ୍ବାଦିକମାନଙ୍କୁ କହିଥିଲେ ଯେ ଏହି ମାମଲା କୋର୍ଟରେ ବିଚାରାଧୀନ ଥିବାରୁ ସେ ଅଧିକ ବିବରଣୀ ଦେଇ ପାରିବେ ନାହିଁ। ଅଦାଲତ ଜାଣି ରଖିବା ଉଚିତ୍ ଯେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ସୁପ୍ରିମକୋର୍ଟ ପଥ ପରିସ୍କାର କରିଛନ୍ତି। ସଂପ୍ରତି ବାବ୍ରି ମସଜିଦ ଭଙ୍ଗ ମାମଲାରେ ଅଭିଯୁକ୍ତ, ଯେଉଁମାନେ ବରିଷ୍ଠ ନାଗରିକ କିମ୍ବା ଅସୁସ୍ଥ, ସେମାନେ କରୋନା ମହାମାରୀ ସଂକ୍ରମଣ ଯୋଗୁଁ ଶାରୀରିକ ଭାବେ କୋର୍ଟରେ ହାଜର ହେବା ଆବଶ୍ୟକତା ନାହିଁ। ପୂର୍ବରୁ ଅଦାଲତ, ସେମାନଙ୍କ ପାଇଁ ଭିଡିଓ କନଫରେନ୍ସିଂ ବ୍ୟବସ୍ଥା କରିବାକୁ ସରକାରଙ୍କୁ କହିଛନ୍ତି ଯେଉଁମାନେ ଅଦାଲତ ଆସିବାକୁ ଅସମର୍ଥ।

Comments are closed.