୪ରୁ ଅଯୋଧ୍ୟା ବିବାଦର ଶୁଣାଣି

0

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ଅଯୋଧ୍ୟାର ରାମ ଜନ୍ମଭୂମି-ବାବ୍ରି ମସଜିଦ ଜମି ବିବାଦ ଉପରେ ଆସନ୍ତାବର୍ଷ ଜାନୁଆରୀ ୪ ତାରିଖରୁ ସୁପ୍ରିମକୋର୍ଟ ଶୁଣାଣି କରିବେ। ପ୍ରଧାନ ବିଚାରପତି ରଞ୍ଜନ ଗୋଗଇ ଓ ବିଚାରପତି ଏସ୍ କେ କୌଲଙ୍କୁ ନେଇ ଗଠିତ ପୀଠ ଏହି ବିବାଦ ଉପରେ ଶୁଣାଣି କରିବେ। ଏହି ପୀଠକୁ ତିନିଜଣିଆ ବିଚାରପତି ପୀଠକୁ ବୃଦ୍ଧି କରାଯିବାର ଅଛି। ୨୦୧୯ ନିର୍ବାଚନ ପୂର୍ବରୁ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଆରମ୍ଭ କରବା ଲାଗି ବିଜେପି ଉଦ୍ୟମ ଚଳାଇଥିବାବେଳେ ସୁପ୍ରିମକୋର୍ଟ ଏହାର ତ୍ବରିତ ଶୁଣାଣି ପାଇଁ ଆଗ୍ରହ ପ୍ରକାଶ କରିଛି। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇ ବିଜେପି ଉପରେ ହିନ୍ଦୁ ସଂଗଠନ ଗୁଡିକ ଚାପ ପକାଉଥିବାବେଳେ ସରକାର ଏ ନେଇ ଅଧ୍ୟାଦେଶ ଆଣିବା ଲାଗି ଯୋଜନା କରୁଥିବା ଜଣାଯାଇଛି। ଅଯୋଧ୍ୟାର ୨.୪୪ ଏକର ଜମିକୁ ନେଇ ସୁନ୍ନି ୱାକଫ ବୋର୍ଡ, ନିର୍ମୋହି ଆଖଡା ଓ ରାମ ଲାଲାଙ୍କ ମଧ୍ୟରେ ବିବାଦ ଲାଗିଛି। ଆଲ୍ଲାହାବାଦ ହାଇକୋର୍ଟ ଏହି ଜମିକୁ ତିନି ପକ୍ଷ ମଧ୍ୟରେ ସମାନ ଭାବରେ ବଣ୍ଟନ କରିଥିବାବେଳେ ଏହାକୁ ବିରୋଧ କରି ସୁପ୍ରିମକୋର୍ଟରେ ୧୪ଟି ଆବେଦନ କରାଯାଇଛି।

Leave A Reply