ଅଯୋଧ୍ୟା ଭୂମି ପୂଜା ପାଇଁ ଦୁଇ ଭାଇ ସଂଗ୍ରହ କରିଛନ୍ତି ୧୫୧ ନଦୀ, ୩ ସମୁଦ୍ରରୁ ଜଳ

ରାମମନ୍ଦିର ଭୂମି ପୂଜା ନିମନ୍ତେ ଦୁଇ ଭାଇ ସଂଗ୍ରହ କରିଛନ୍ତି ୧୫୧ ନଦୀ ଓ ୩ ସମୁଦ୍ରର ଜଳ । କେବଳ ଭାରତ ନୁହେଁ, ଭାରତ ବାହାରୁ ବିଭିନ୍ନ ସ୍ଥାନରୁ ଜଳ  ସଂଗ୍ରହ କରିଥିବା ଏହି ଦୁଇ ଭାଇ ହେଉଛନ୍ତି ରାଧେଶ୍ୟାମ ପାଣ୍ଡେ ଓ ପଣ୍ଡିତ ତ୍ରିପାଠୀ । ଉଭୟ ୧୯୬୮ ମସିହାରୁ ଜଳ ସଂଗ୍ରହରେ ଲାଗିଛନ୍ତି । 

ଅଗଷ୍ଟ ୫ ରେ ରାମ ମନ୍ଦିର ନିମନ୍ତେ ଭୂମିପୂଜା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଅବସରରେ ଉତ୍ତରପ୍ରଦେଶର ଯଉନପୁର ଜିଲାର ରାଧେଶ୍ୟାମ ପାଣ୍ଡେ ଓ ପଣ୍ଡିତ ତ୍ରିପାଠୀ ୫୨ ବର୍ଷ ହେଲା ଦେଶବିଦେଶରୁ ଏକତ୍ରିତ କରିଥିବା ୧୫୧ ନଦୀ ଓ ୩ ସମୁଦ୍ରର ଜଳ ଭୂମିପୂଜାରେ ବ୍ୟବହାର ହେବ ।

ଦୁଇ ଭାଇଙ୍କ ବୟସ ଏବେ ୭୦ରୁ ଅଧିକ । ହେଲେ ରାମମନ୍ଦିର ନିର୍ମାଣ ଥିଲା ସେମାନଙ୍କର ସ୍ବପ୍ନ । ରାଧେଶ୍ୟାମ ପାଣ୍ଡେଙ୍କ ସୂଚନା ଅନୁସାରେ  ଯେତେବେଳେ ବି ରାମ ମନ୍ଦିର ନିର୍ମାଣ ହେବ, ଆମେ ଭାରତର ନଦୀରୁ ପବିତ୍ର ଜଳ ଏବଂ ଶ୍ରୀଲଙ୍କାରୁ ମାଟି ଉପହାର ଦେବୁ ବୋଲି ପଣ କରିଥିଲୁ ।  ଆମେ ଶ୍ରୀଲଙ୍କାର ୧୬ ଟି ସ୍ଥାନରୁ ମାଟି ସହ ଦେଶର ବିଭିନ୍ନ  ୧୫୧ ଟି ନଦୀ, ତିନୋଟି ସମୁଦ୍ର ଏବଂ ମାଟିରୁ ଜଳ ସଂଗ୍ରହ କରିଛୁ ବୋଲି ରାଧେ ଶ୍ୟାମ ପାଣ୍ଡେ କହିଛନ୍ତି। ୧୯୬୮ ରୁ ୨୦୧୯ ପର୍ଯ୍ୟନ୍ତ ଏହାକୁ ସଂଗ୍ରହ କରିବା ପାଇଁ  ପାଦରେ, ଏପରିକିମୋଟରସାଇକେଲ୍, ଟ୍ରେନ୍ ଏବଂ ବିମାନରେ ଯାତ୍ରା କରିବାକୁ ପଡ଼ିଛି ବୋଲି ସେ କହିଛନ୍ତି ।

Comments are closed.