ଅଯୋଧ୍ୟା ମାମଲା ଶୁଣାଣୀ- ପ୍ରମାଣର କାଗଜ ପତ୍ର ବହୁ ପୂର୍ବରୁ ଚୋରି ହୋଇଯାଇଥିବା କହିଲେ ନିର୍ମୋହୀ ଆଖଡା

ନୂଆଦିଲ୍ଲୀ . – ବୁଧବାରରେ ସୁପ୍ରିମକୋର୍ଟରେ ଅଯୋଧ୍ୟା ମାମଲାର ଶୁଣାଣୀ ବେଳେ ନର୍ମୋହୀ ଆଖଡାକୁ ରାମ ଜନ୍ମଭୂମି ଓ ବାବରି ମସ୍‌ଜିଦ୍‌ ବିବାଦୀୟ ଜମି ଉପରେ ସେମାନଙ୍କର ଅଧିକାର ଥିବାର କୌଣସି ପ୍ରମାଣ ପତ୍ର ଅଛି କି ବୋଲି ପ୍ରଶ୍ନ କରିଥିଲେ । ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗଇ, ଜଷ୍ଟିସ୍‌ ଏସ୍‌ଏ ବୋବଡେ, ଡିବିଆଇ ଚନ୍ଦ୍ରଚୂଡ, ଅଶୋକ ଭୂଷଣ ଓ ଏସ୍‌ଏ ନଜୀରଙ୍କ ନେଇ ଗଠିତ ହୋଇଥିବା ସାମ୍ବିଧାନିକ ପୀଠ ଏହି ମାମଲାର ଶୁଣାଣୀ କରିଛନ୍ତି ।

ବୁଧବାରରେ ଏହି ମାମଲାର ଶୁଣାଣୀ ଚାଲିଥିଲା । ଶୁଣାଣୀ ସମୟରେ ନିର୍ମୋହୀ ଆଖାଡକୁ ରାମ ଜନ୍ମଭୂମି ଓ ବାବରି ମସ୍‌ଜିଦ୍‌ ବିବାଦୀୟ ଜମି ତାଙ୍କର ଅଧିକାର ଥିବାର କୌଣସି ପ୍ରମାଣ ଥିବା କଥା ପଚାରିଥିଲେ ।
ମଧ୍ୟସ୍ଥତା ସଫଳ ନ ହେବାରୁ ଅଗଷ୍ଟ ୬ ତାରିଖରୁ ସୁପ୍ରିମକୋର୍ଟରେ ପ୍ରତିଦିନ ଏହି ମାମଲାର ଶୁଣାଣୀ କରୁଛନ୍ତି । ନିର୍ମୋହୀ ଆଖଡାର ଓକିଲ ସୁଶୀଲ ଜୈନ୍‌ଙ୍କୁ ରାଜସ୍ୱ ରେକର୍ଡର କୈଣସି ପ୍ରମାଣ ଅଛି ବୋଲି ପ୍ରଶ୍ନ ପଚାରି ଥିଲେ ।
ଏହାପରେ ନିର୍ମୋହୀ ଆଖଡା ପକ୍ଷରୁ ୧୯୮୨ ମସିହାରେ ଏକ ଡକାୟତିରେ ପ୍ରମାଣ ଥିବା କଗଜ ପତ୍ର ଚୋରି ହୋଇଯାଇଥିବା କଥା କହିଥିଲେ । ରାମଜନ୍ମ ଭୂମି ସହ ଜଡିତ ପ୍ରକୃତ କାଗଜପତ୍ର ଦର୍ଶାଇବା ପାଇଁ କୋର୍ଟ ତାଙ୍କୁ ନିର୍ଦେଶ ଦେଇଥିଲେ । ଏହାର ଜବାବରେ ନିର୍ମୋହୀ ଆଖଡାର ସୁଶୀଲ ଜୈନ ଏ ସମ୍ବନ୍ଧରେ ସମସ୍ତ ଦସ୍ତାବେଜ୍‌ ଆହ୍ଲାବାଦ ହାଇକୋର୍ଟଙ୍କ ରାୟରେ ରହିଛି ବୋଲି ଦର୍ଶାଇଥିଲେ ।

ଏହାପରେ ରାମଲାଲାଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପରାଶରଣ ନିଜ ପକ୍ଷ ରଖିଥିଲେ । ଇଂରେଜମାନେ ବି ରାମ ଜନ୍ମଭୂମି ଓ ବାବରି ମସ୍‌ଜିଦ୍‌ ବିବାଦୀୟ ଜମିକୁ ରାମଙ୍କ ଜନ୍ମଭୂମି ବୋଲି ମାନିଥିଲେ ବୋଲି ସେ କହିଛନ୍ତି । ଏହା ଦେଶର ହିନ୍ଦୁମାନଙ୍କ ଭାବନା ସହ ଜଡିତ । ପୁରାଣ ଓ ଐତିହାସିକ ଦସ୍ତାବେଜରେ ଏହାର ଉଲ୍ଲେଖ ରହିଛି । ବ୍ରିଟିଶ ରାଜରେ ଇଷ୍ଟଇଣ୍ଡିଆ କମ୍ପାନୀ ଏହାର ଭାଗବଣ୍ଟା କରିବା ସମୟରେ ମସଜିଦ୍‌ ସ୍ଥାନରେ ରାମଜନ୍ମଭୂମି ରହିଥିଲା ବୋଲି ମାନିଥିବା କଥା ସେ କୋର୍ଟଙ୍କୁ ଜଣାଇଥିଲେ ।

ଆଗରୁ ଅନ୍ୟ କୌଣସି ଅଦାଲତରେ ଏପରି ମାମଲା ଆସିଛି କି ବୋଲି ଖଣ୍ଡପୀଠ ପ୍ରଶ୍ନ କରିଥିଲେ । ଏହି ଶୁଣାଣୀକୁ ଗୁରୁବାର ପର୍ଯ୍ୟନ୍ତ ସ୍ଥଗିତ କରାଯାଇଛି ।

Comments are closed.