ରାମ ମନ୍ଦିର ଶିଳାନ୍ୟାସର ସିଧା ପ୍ରସାରଣ ଦେଖିଥିଲେ ୧୬କୋଟି ଜନତା

ନୂଆଦିଲ୍ଲୀ : ଅଯୋଧ୍ୟାରେ ବୁଧବାର ଅନୁଷ୍ଠିତ ରାମ ମନ୍ଦିର ଶିଳାନ୍ୟାସ ଉତ୍ସବର ଟେଲିଭିଜନ ସିଧା ପ୍ରସାରଣକୁ ଦେଶବିଦେଶର ୧୬୦ ନିୟୁତ ବା ୧୬କୋଟି ଦର୍ଶକ ଉପ​‌ଭୋଗ କରିଛନ୍ତି। ଏ ସମ୍ପର୍କରେ ଶନିବାର ପ୍ରସାର ଭାରତୀ ମୁଖ୍ୟ (ସିଇଓ) ଶଶୀ ଶେଖର ଭେମପତି ସୂଚନା ଦେଇ କହିଛନ୍ତି ଯେ ଦୂରଦର୍ଶନ ସମେତ ୨୦୦ଟିଭି ଚାନେଲ ଏହାର ପ୍ରସାରଣ କରିଥିଲେ; ଫଳରେ ଦର୍ଶନ ଅବଧି ପୂର୍ବାହ୍ଣ ୧୦ଟା ୪୫ରୁ ଅପରାହ୍ଣ ୨ ମଧ୍ୟରେ ୭୦୦କୋଟି ମିନିଟ ଛୁଇଁଥିଲା।

Comments are closed.