ଆଇନସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ

ବୌଦ୍ଧ : ବୌଦ୍ଧଜିଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଦେଶର ନାଗରିକମାନଙ୍କ ମୌଳିକ କର୍ତ୍ତବ୍ୟ ସଂପର୍କିତ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଜୁମ ଆପ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା। ଆଇନ ସେବା ପ୍ରାଧିକରଣର ସଚିବ ଚରଣଜିତ ଓରାମ ଓ ଉପ-ବିଭାଗୀୟ ବିଚାରପତି ଶିଲା ପ୍ରିୟଦର୍ଶନୀ ପଣ୍ଡା ନାଗରିକମାନେ ସେମାନଙ୍କର ସମାଜ, ସାଥୀ ନାଗରିକ ଏବଂ ଦେଶ ପ୍ରତି କର୍ତ୍ତବ୍ୟ ସଂପର୍କରେ ମନେ ପକାଇବା ସହିତ ସେମାନଙ୍କୁ  ନାଗରିକ ବିରୋଧୀ ତଥା ସାମାଜିକ ବିରୋଧୀ କାର୍ଯ୍ୟକଳାପରୁ ନିବୃତ୍ତ ରଖିବା ଏବଂ ଶୃଙ୍ଖଳା ଓ ପ୍ରତିବଦ୍ଧତାର ଭାବନାକୁ ପ୍ରୋତ୍ସାହିତ କରିବା ସଂପର୍କରେ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Comments are closed.