ବିଶ୍ୱ ପୋଲିଓ ଦିବସରେ ସଚେତନତା

ଆଠଗଡ :  ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ମେଘା ସେକ୍ଟର ଅନ୍ତର୍ଗତ ରାଧାଗୋବିନ୍ଦପୁର ପଞ୍ଚାୟତର ରାଧାବଲ୍ଲଭପୁର ଗ୍ରାମରେ ରବିବାର ବିଶ୍ୱ ପୋଲିଓ ଦିବସ ପାଳିତ ହୋଇଯାଇଛି । ବ୍ରହ୍ମପୁର ସିଏଚସି ଅଧିକ୍ଷକ ଡାକ୍ତର ଦିଲ୍ଲୀପ ଦାସଙ୍କ ନିର୍ଦ୍ଦେଶକ୍ରମେ ବରିଷ୍ଠ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ ଅସଲମ ଏହି କାର୍ଯ୍ୟକ୍ରମରେ ସଂଯୋଜନା କରି ପୋଲିଏ ଏକ ଭାଇରସ ବା ସୁକ୍ଷାଣୁ ରୋଗ, ଯାହାଦ୍ୱାରା ସୁଷୁମ୍ନା ନାଡିର ହର୍ଣ୍ଣକୋଷକୁ ଏହା ଆକ୍ରାନ୍ତ କରି ପେଶୀରେ ଅସ୍ଥାୟୀ ଓ ସ୍ଥାୟୀ ରୂପେ କ୍ଷତି କରିଥାଏ ପୋଲିଓ ରୋଗ ବୋଲି ପ୍ରକାଶ କରିଥିଲେ । ଏହା ବାୟୁ ଓ ପାଣି ଦ୍ୱାରା ବ୍ୟାପୀ ଥାଏ ଓ ଏହା ବିଶେଷକରି ଜନ୍ମରୁ ୧୫ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ ଆକ୍ରାନ୍ତ କରିଥାଏ । ଏହି ରୋଗ ଦ୍ୱାରା ଗୋଡ ହାତ ନଳୀ ହୋଇଯାଇ ପଙ୍ଗୁତ୍ୱ ହୋଇଥାଏ। ଯାହାଦ୍ୱାରା ଚାଲିବା ଇତ୍ୟାଦି ସବୁଦିନ ବାଧକ ହୋଇଥାଏ। ଏହି ରୋଗରୁ ରକ୍ଷା ପାଇବା ପାଇଁ ହେଲେ ଜନ୍ମରୁ ୫ବର୍ଷ ମଧ୍ୟରେ ସମସ୍ତ ଶିଶୁ ଓ ପିଲାଙ୍କୁ ପୋଲିଓ ଦୁଇ ବୁନ୍ଦା ଓ ଆଇପିଭି ଟିକା ଦେବା ନିହାତି ଆବଶ୍ୟକ ବୋଲି ଶ୍ରୀ ଅସଲମ କହିଥିଲେ। ଏହି କାର୍ଯ୍ୟକ୍ରମରେ ମେଘା ସେକ୍ଟରର ସ୍ୱାସ୍ଥ୍ୟକର୍ମୀ ପୁଷ୍ପାଞ୍ଜଳି ପ୍ରଧାନ, ଅଙ୍ଗନବାଡି କର୍ମୀ ପ୍ରଣତି ବେହେରା, ଆଶାକର୍ମୀ ମନୋରମା ସାହୁ, ରାଧାବଲ୍ଲଭପୁର ଗ୍ରାମ୍ୟ କମିଟି ସଭାପତି ଚନ୍ଦ୍ର ଶେଖର କବି, ସଂପାଦକ ଲକ୍ଷ୍ମୀଧର ନାୟକଙ୍କ ସମେତ ଗ୍ରାମର ବହୁ ମାଆ ଓ ଗାଁ କଲ୍ୟାଣ ସମିତିର ସଦସ୍ୟ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିବା ସହ ଏକ ସଚେତନତା ଶୋଭାଯାତ୍ରାରେ ଯୋଗ ଦେଇଥିଲେ ।

Comments are closed.