କାରୋନାର ଦ୍ଵିତୀୟ ଲହରୀର ଭୟାବହତା ଉପରେ ସଚେତନତା କର୍ମଶାଳା

ରେଙ୍ଗାଲି କ୍ୟାମ୍ପ : ଆଜି ଅତାବିରା ବ୍ଲକ କାର୍ଯ୍ୟାଳୟରେ ତହସିଲଦାର ଦୁର୍ଯେ୍ୟାଧନ ଭୋଇଙ୍କ ଅଧ୍ୟକ୍ଷତାରେ କରୋନା ସଂକ୍ରମଣର ସୁରକ୍ଷା ବ୍ୟବସ୍ଥାକୁ ନେଇ ଏକ ସର୍ବଦଳୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଣବ ଚାନ୍ଦ,ଏନ୍ ଏ ସି ଅଧ୍ୟକ୍ଷା ଦୀପାଞ୍ଜଳୀ୍ ଭୋରାସାଗର, ଥାନା ଇନ୍ ଚାର୍ଜ ସୁଷମା ପଶାୟତ ପ୍ରମୁଖ , ସ୍ବାସ୍ଥ୍ୟ ବିଭାଗର ଲିଜା ବିଶି ପ୍ରମୁଖ ମଞ୍ଚାସୀନ ଥିଲେ। କରୋନାର ଦେତୀୟ ଲହରୀର ଭୟାବହତା ତଥା ଜଣ ସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସତର୍କତା ଅବଲମ୍ବନ କରାଯିବ ତା ଉପରେ ବିଶେଷ ଆଲୋଚନା ହୋଇଥିଲା। ମାସ୍କ ନ ପିନ୍ଧିଲେ ଫାଇନ୍, ଶ୍ରାଦ୍ଧରେ ୫୦ଜଣ, ବିବାହ ବ୍ରତରେ ୨୦୦ ଜଣ ଲୋକଙ୍କ ସମାଗମ ପାଇଁ ଅନୁମତି, ସାପ୍ତାହିକ ବଜାର ତଥା ଦୈନିକ ବଜାରରେ ଭିଡ ନ କରିବା ତଥା ସାମାଜିକ ଦୂରତା ରକ୍ଷା କରିବା ଆଦି ପାଇଁ ସମସ୍ତଙ୍କୁ ସଚେତନ କରିବା ପାଇଁ ଏହି କର୍ମଶାଳାରେ ଆଲୋଚନା ହୋଇଥିଲା। ଏଥିପାଇଁ ଆସନ୍ତା ୩୧ତାରିଖରେ ଏକ କରୋନ ସଚେତନ ରଥ ବାହାରି ଏନ୍.ଏ.ସି ରେ ଲୋକଙ୍କୁ ସଚେତନର ବାର୍ତ୍ତା ପହଞ୍ଚାଇବ ବୋଲି କର୍ମଶାଳାରେ ସର୍ବ ସମ୍ମତି କ୍ରମେ ସ୍ଥିର ହୋଇଛି। ଆଇନ ଉଲ୍ଲଂଘନକାରୀଙ୍କ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ସୂଚନା ଦିଆଯାଇଛି।

Comments are closed.